ପାଇଲଟ୍‍ଙ୍କ ଅବହେଳାରୁ ବିମାନ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ, ଦେଖନ୍ତୁ ଭିଡିଓ

0

ବିମାନରେ ବାୟୁ ଚାପ କମ୍‍ ହୋଇଯିବା କାରଣରୁ ପ୍ରାୟ ୩୦ରୁ ଅଧିକ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତସ୍ରାବ ହୋଇଛି । ଜେଟ୍‍ ଏୟାରୱେଜ୍‍ର ବୋଇଂ ୭୩୭ ବିମାନଟି ୧୬୬ ଯାତ୍ରୀଙ୍କୁ ନେଇ ମୁମ୍ବାଇରୁ ଜୟପୁର ଅଭିମୁଖେ ବାହାରିଥିଲା । କିନ୍ତୁ ପାଇଲଟ୍‍ ବିମାନର ଚାପ ନିୟନ୍ତ୍ରଣ ପ୍ରକ୍ରିୟାକୁ ସକ୍ରିୟ କରିବାକୁ ଭୁଲି ଯାଇଥିଲେ । ବିମାନଟି କିଛି ବାଟ ଉଡ଼ିବା ପରେ ହଠାତ୍‍ ଯାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ । ପ୍ରାୟ ୩୦ ଜଣ ଯାତ୍ରୀଙ୍କ ନାକରୁ ଓ ଆଉ କେତେଜଣଙ୍କ କାନରୁ ରକ୍ତସ୍ରାବ ହୋଇଥିଲା । କିଛି ଯାତ୍ରୀ ମୁଣ୍ଡବିନ୍ଧା ହେଉଥିବା ଅଭିଯୋଗ କରିଛନ୍ତି। ଯାତ୍ରୀଙ୍କୁ ବିମାନ ଭିତରେ ଅକ୍ସଜେନ୍‍ ମାସ୍କ ଦିଆଯାଇଥିଲା। ଏହାପରେ ବିମାନକୁ ମୁମ୍ବଇ ଫେରାଇ ଅଣାଯାଇଥିଲା । ଗୁରୁତର ଅବସ୍ଥାରେ ୮ ଜଣ ଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

courtesy youtube

Leave A Reply