ରାଷ୍ଟ୍ରପତିଙ୍କ ଠାରେ ଫେରାଦ ହେଲେ ଜେଟ ବିମାନସେବା କର୍ମଚାରୀ

ନୂଆଦିଲ୍ଲୀ : ଜେଟ ବିମାନସେବା କର୍ମଚାରୀଙ୍କ ବେତନ ଓ ଅନ୍ୟ ବକେୟା ପୂରଣ ଓ ଏୟାରଲାଇଙ୍କୁ ତୁରନ୍ତ ସୁବିଧା ପ୍ରଦାନ ପାଇଁ ଶନିବାର କର୍ମଚାରୀ ସଂଘ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତିି। ଆର୍ଥିକ ଅନାଟନରେ ଗତି କରୁଥିବା ଜେଟ ବିମାନସେବା ସମସ୍ତ ପାଇଲଟଙ୍କ ସହ ୨୩ହଜାର କର୍ମଚାରୀଙ୍କ ଦରମା ପ୍ରଦାନ କରିବାରେ ବିଳମ୍ବ କରିଛି। ଏୟାରଲାଇନ୍ସ ପରିଚାଳନା ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ନଥିବାରୁ ଏହାର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଦିଆଯାଇଛି।
ଏୟାରଲାଇନ୍ସର ଭବିଷ୍ୟତ ଅନିଶ୍ଚିତତାକୁ ନେଇ ଦୁଇ କର୍ମଚାରୀ ସଂଘ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ଏହି ଘଟଣାର ତୁରନ୍ତ ବିଚାର କରିବାକୁ କର୍ମଚାରୀ ପତ୍ରରେ ଉଲ୍ଲେଖ କରିଛନ୍ତି। ବହୁ ମାସର ଅନିଶ୍ଚିନ୍ତତା ପରେ ଜେଟ ବିମାନସେବା ଏପ୍ରିଲ ୧୭ ତାରିଖରେ ଅସ୍ଥାୟି ରୂପେ ବନ୍ଦ ହୋଇଥିଲା।

Comments are closed.