ସମସ୍ତେ ଈଶ୍ବରଙ୍କ ସନ୍ତାନ : ପ୍ରଭୁ ଯୀଶୁ

0

ଡିସେମ୍ବର ୨୫ତାରିଖକୁ ସାରା ବିଶ୍ୱରେ ଖ୍ରୀଷ୍ଟମାସ୍ ପାଳନ କରାଯାଇଥାଏ। ଖ୍ରୀଷ୍ଟମାସ୍ ପ୍ରତ୍ୟେକ ସ୍ଥାନରେ ଖୁବ୍  ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଖ୍ରୀଷ୍ଟମାସ୍ ଯେତେ ପାଖେଇ ଆସେ ସମସ୍ତେ ତାର ପ୍ରସ୍ତୁତି ପାଇଁ ଲାଗି ପଡନ୍ତି। କିଛି ପୂର୍ବରୁ ହିଁ ଖ୍ରୀଷ୍ଟମାସ୍ ପ୍ରସ୍ତୁତି ପାଇଁ ସମସ୍ତେ ଲାଗି ପଡନ୍ତି। ପିଲାମାନେ ଏହି ଉତ୍ସବ ପାଇଁ ଅନେକ ଉତ୍କଣ୍ଠାର ସହ ଚାହିଁ ବସିଥାଆନ୍ତି। କାରଣ ଏହି ଦିନ ପିଲାମାନଙ୍କୁ ଅନେକ ସୁନ୍ଦର ଉପହାର ମିଳିଥାଏ। ସାନ୍ତାକ୍ଲସ ଆସି ସେମାନଙ୍କୁ ଉପହାର ଦେଇ ଥାଆନ୍ତି।

ସାନ୍ତା ପିଲାମାନଙ୍କ ପାଇଁ ଆଣିଥିବା ଉପହାର ଦ୍ବାରା ସେମାନେ ଖୁବ୍ ଆନନ୍ଦିତ ହୋଇଥାଆନ୍ତି। ଭାରତର ସମସ୍ତ ସ୍ଥାନର ଖ୍ରୀଷ୍ଟମାସ୍ ଅନେକ ଉତ୍ସାହ ଓ ଆନନ୍ଦର ସହ ପାଳନ କରାଯାଇଥାଏ। ସମସ୍ତ ବର୍ଗର ବ୍ୟକ୍ତିମାନେ ଏହି ଦିନ ପାଇଁ ଅନେଇ ବସି ଥାଆନ୍ତି।

ଡିସେମ୍ବର ୨୫ତାରିଖ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ହୋଇଥିଲା। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ବେଳେ ଗୋଟିଏ ତାରା ଆକାଶରୁ ଖସିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଯୀଶୁ ଦିନେ ନା ଦିନେ ରାଜା ହେବେ ବୋଲି କହିଥିଲେ। ଏ କଥା ସେଠାକାର ରାଜାଙ୍କ କାନ ପଡିବା କ୍ଷଣି ସେ ଯୀଶୁଙ୍କୁ ମାରିବା ପାଇଁ ଅନେକ ପ୍ରୟାସ କରିଥିଲେ। କିନ୍ତୁ ରାଜା ସେଥିରେ ସଫଳ ହୋଇ ପାରି ନ ଥିଲେ।

ଯୀଶୁ ସମସ୍ତଙ୍କୁ ଉପଦେଶ ଦେଇଥିଲେ ଯେ, ସମସ୍ତେ ଈଶ୍ବରଙ୍କର ସନ୍ତାନ ଅଟନ୍ତି। ସମସ୍ତଙ୍କ ମଧ୍ୟରେ ଈଶ୍ବର ବାସ କରୁଛନ୍ତି। ତେଣୁ କାହାକୁ ଛୋଟ କିମ୍ବା ବଡ ଭାବିବା ଉଚିତ ନୁହେଁ। ସମସ୍ତେ ମିଳିମିଶି ରହିବା ଉଚିତ। ଏପରି କରିବା ଦ୍ବାରା ପରସ୍ପର ମଧ୍ୟରେ ଭଲ ପାଇବା ବଢିବ। ଖରାପ କାର୍ୟ୍ୟରୁ ସର୍ବଦା ନିବୃତ୍ତ ରହିବା ଉଚିତ।

ଖ୍ରୀଷ୍ଟମାସ ପର୍ବ ସମସ୍ତଙ୍କ ମଧ୍ୟରେ ଆନନ୍ଦ ଆଣିଥାଏ। ଏହା ଅନେକ ଖୁସି ଆଣିଥାଏ। ସମସ୍ତ ନିକଟରେ ଆଜି ମଧ୍ୟ ପ୍ରଭୁ ଯୀଶୁ ରହିଛନ୍ତି ବୋଲି ମାନିଥାଆନ୍ତି। ରାତିରେ ଯୀଶୁଙ୍କ ଜନ୍ମକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାଆନ୍ତି। ସମସ୍ତେ ଚର୍ଚ୍ଚ ଯାଇ ଯୀଶୁଙ୍କ ନିକଟରେ ମହମବତୀ ଜଳାଇ ଥାଆନ୍ତି। ଏହାସହ ପରସ୍ପରକୁ ଅଭିନନ୍ଦନ ଜଣାଇ ଥାଆନ୍ତି।

ଆଲେଖ୍ୟ – ପ୍ରଜ୍ଞାସିନୀ ମଲ୍ଲିକ

Leave A Reply