ଏନ.ଆଇ.ଏ ହେପାଜତରେ ଜୈସେ ଆତଙ୍କବାଦୀ ସଜ୍ଜାଦ ଖାନ

0

ନୂଆଦିଲ୍ଲୀ: ଶୁକ୍ରବାର ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ମୁଦାସିରର ଘନିଷ୍ଠ ସହଯୋଗୀ ଜୈସେ ମହମ୍ମଦ ଆତଙ୍କବାଦୀ ସଜ୍ଜାଦ ଖାନକୁ ଦିଲ୍ଲୀର ଏକ କୋର୍ଟ ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ହାଜତକୁ ପଠାଇ ଦେଇଛନ୍ତି। ସଜ୍ଜାଦକୁ ୧୦ ଦିନ ପାଇଁ ନିଜ ହେପାଜତକୁୁ ନେବାକୁ ଏନ.ଆଇ.ଏ ପକ୍ଷ ରଖିଥିଲା। ପୁଲୱାମାର ବାସିନ୍ଦା ୨୭ବର୍ଷୀୟା ସଜ୍ଜାଦ୍‍ ଖାନକୁ ଲାଲ କିଲ୍ଲା ଅଞ୍ଚଳର ଲଜପତ ରାୟ ବଜାରରୁ ଗିରଫ କରାଯାଇଥିଲା। ପୁଲିସ ସୂଚନା ମୁତାବକ, ମୁଦାସୀର ସଜ୍ଜାଦକୁ ଦିଲ୍ଲୀରେ କେତେକ ଏଜେଣ୍ଟ ଯୋଗାଡ କରିବା କାର୍ଯ୍ୟରେ ନିୟୋଜିତ କରିଥିଲା। ମୁଦାସାର ଗତ ମାର୍ଚ୍ଚ ୧୧ତାରିଖରେ ପୋଲିସ ଗୁଳିରେ ନିହତ ହୋଇଥିଲା। ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଗତ ଫେବୃୟାରୀ ୧୪ତାରିଖରେ ଜୈସେ ମହମ୍ମଦର ଆକ୍ରମଣରେ ୪୦ଜଣ ସିଆରପିଏଫ ଜବାନଙ୍କର ମୃତ୍ୟୁ ହୋଇଥିଲା।

Leave A Reply