ଇସ୍ରାଏଲ୍‌ ସମୁଦ୍ର କୂଳରେ ଲକ୍ଷ ଲକ୍ଷ ଜେଲିଫିସ୍‌, ମଣିଷଙ୍କ ପାଇଁ ବିପଦ

ଇସ୍ରାଏଲ୍‌କୁ ଏବେ ବୁଲିବାପାଇଁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ସତର୍କସୂଚନା ଜାରି କରାଯାଇଛି । ଏବେ ଲକ୍ଷ ଲକ୍ଷ ଜେଲି ଫିସ୍‌ ଇସ୍ରାଏଲ୍‌ର ସମୁଦ୍ର ତଟକୁ ଆସୁଛନ୍ତି । ପ୍ରତି ବର୍ଷ ବାର୍ଷିକ ଯାତ୍ରାରେ ଜେଲିଫିସ୍‌ମାନେ ବିଶ୍ୱର ବିଭିନ୍ନ ଉପକୂଳକୁ ଯାଇ ଥାଆନ୍ତି । ସୁମଦ୍ର କୂଳକୁ ବୁଲିବାକୁ ଯାଉଥିବା ଏବଂ ସମୁଦ୍ରରେ ସର୍ଫିଂ ସହ ସନ୍ତରଣ କରୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଜେଲିଫିସ୍‌ଙ୍କ ସମସ୍ୟା କେବଳ ଇସ୍ରାଏଲ୍‌ରେ ଦେଖାଦେଇନାହିଁ । ଅଷ୍ଟ୍ରେଲିଆରେ ମଧ୍ୟ ଏପରି ପରିସ୍ଥିତି ଦେଖିବାକୁ ମିଳିଛି । ଜେଲିଫିସ୍‌ରେ ଏକ ପ୍ରକାର ବିଷାକ୍ତ ଦ୍ରବ୍ୟ ରହିଛି । ପ୍ରାୟ ୧୫୦୦ ଲକ୍ଷ ଲୋକ ପ୍ରତି ବର୍ଷ ଏମାନଙ୍କ ବିଷ ଦ୍ୱାରା ପ୍ରଭାବିତ ହୋଇ ଥାଆନ୍ତି ।
ଜେଲି ଫିସ୍‌ ମାଛ ନୁହେଁ । ଏହା ଏକ କୋଷୀ ପ୍ରାଣୀ ଏହା ଡଙ୍କ ଦ୍ୱାରା ଶିକାର କରିଥାଏ ।

ଜେଲିଫିସ୍‌ ଡଙ୍କ ଲାଗିଲେ ସେହି ସ୍ଥାନରେ ଭୀଷଣ ଜଳାପୋଡା ହୋଇଥାଏ । କିଛି ଜେଲି ଫିସ୍‌ର ଡଙ୍କ ଅତ୍ୟନ୍ତ ବିଷାକ୍ତ । ସାଧାରଣତଃ ପୂର୍ଣ୍ଣିମାର ୮ ଦିନ ପୂର୍ବରୁ ପ୍ରବଳ ମାତ୍ରାରେ ଜେଲି ଫିସ୍‌ ଦେଖାଯାଆନ୍ତି ।

Comments are closed.