୬୩୭ କୋଟି ଟଙ୍କାରେ ବିକ୍ରି ହେଲା ଠେକୁଆ ମୂର୍ତ୍ତି

ନ୍ୟୁୟର୍କ : ଫଟୋରେ ଦେଖାଯାଉଥିବା ଏହି ଠେକୁଆ ମୂର୍ତ୍ତି ଆପଣଙ୍କୁ ସାଧାରଣ ଲାଗୁଥାଇପାରେ, ମାତ୍ର ଏହା ନିଲାମରେ ରେକର୍ଡ ସୃଷ୍ଟି କରିଛି। ଏହି ମୂର୍ତ୍ତି ୯୧.୧ ନିୟୁତ କୋଟି ଡଲାର ଅର୍ଥାତ ୬୩୭ କୋଟି ଟଙ୍କାରେ ବିକ୍ରି ହୋଇଛି। ଆମେରିକା କଳାକାର ଜେଫ କୁନ୍ସ ଷ୍ଟିଲରେ ଏହି ଠେକୁଆ ମୂର୍ତ୍ତି ନିର୍ମାଣ କରିଥିଲେ।
ଏହି ମୂର୍ତ୍ତିରେ ଠେକୁଆର ଚେହେରା ନାହିଁ। ଏହା କେବଳ ଠେକୁଆ ଆକୃତିର ଏକ ମୂର୍ତ୍ତି। ୩ ଫୁଟ୍‍ ଉଚ୍ଚର ଏହି ମୂର୍ତ୍ତି ୫ରୁ ୭ କୋଟି ଡଲାର ମଧ୍ୟରେ ନିଲାମ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ନିଲାମ ଆରମ୍ଭ ହେବା ପରେ ଏହା ରେକର୍ଡ ସୃଷ୍ଟି କରିଥିଲା। ଅନ୍ତିମ ନିଲାମ ସହ ଏହି ଠେକୁଆ ମୂର୍ତ୍ତି ୯୧,୦୭୫,୦୦୦ ଡଲାରରେ ବିକ୍ରି ହୋଇଛି। ଏହି ଠେକୁଆ ଆକୃତିର ମୂର୍ତ୍ତି ହାତରେ ଏକ ଗାଜର ଭଳି ଆକୃତି ରହିଛି। ପ୍ରଥମ ଥର ଜୀବୀତ ଥିବା କୌଣସି କଳାକାରଙ୍କ ମୂର୍ତ୍ତି ଏତେ ଟଙ୍କାରେ ବିକ୍ରି ହୋଇଛି।

Comments are closed.