ଜେଇଇ ଆଡ଼ଭାନ୍ସଡ଼ ଆବେଦନ ୫ ଦିନ ବୃଦ୍ଧି – ସହାୟତା କରିବ ଆଇଆଇଟି ଭୁବନେଶ୍ୱର

ନୂଆଦିଲ୍ଲୀ: ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଜେଇଇ ଆଡ଼ଭାନ୍ସଡ଼ ଆବେଦନ ସମୟ ସୀମା ୫ଦିନ ବୃଦ୍ଧି କରାଯାଇଛି। ଫଳରେ ଆଇଆଇଟି ପ୍ରବେଶିକା ପାଇଁ ରାଜ୍ୟର ଯୋଗ୍ୟ ଛାତ୍ରଛାତ୍ରୀ ମେ ୧୪ ପର୍ଯ୍ୟନ୍ତ ଆବେଦନ କରିପାରିବେ। ସାମୁଦ୍ରିକ ବାତ୍ୟା ଫନି ପରେ ରାଜ୍ୟର ଅଧାରୁ ଅଧିକ ସହରରେ ବିଦ୍ୟୁତ ଶକ୍ତି ନ ଥିବା ବେଳେ ଇଣ୍ଟରନେଟ ସଂଯୋଗ ଏ ଯାବତ ସମ୍ଭବ ହୋଇ ପାରିନାହିଁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବେଦନ ସମୟ ସୀମା ୧୦ଦିନ ବୃଦ୍ଧି କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକରଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। ପୂର୍ବରୁ ଏଥି ପାଇଁ ଆବେଦନର ସମୟ ସୀମା ମେ ୯ ଥିଲା। ତେବେ ଆଇଆଇଟି ଭୁବନେଶ୍ୱରରେ ସମ୍ପୂର୍ଣ ଇଣ୍ଟରନେଟ କାର୍ଯ୍ୟକ୍ଷମ ହୋଇଥିବାରୁ ଛାତ୍ରଛାତ୍ରୀମାନେ ସେଠାରେ ମଧ୍ୟ ଆବେଦନ କରିପାରିବେ। ଜେଇଇ ଆଡ଼ଭାନ୍ସଡ଼ ପ୍ରବେଶିକା ପରୀକ୍ଷା ମେ ୨୭ରେ ଅନୁଷ୍ଠିତ ହେବ।

Comments are closed.