ପାକିସ୍ତାନକୁ ଜୟଶଙ୍କରଙ୍କ ଆହ୍ବାନ ; ଭାରତୀୟ ଅପରାଧୀଙ୍କୁ ହସ୍ତାନ୍ତର କର

ଲଣ୍ଡନ : ଭାରତରେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ଘଟାଇଥିବା ଭାରତୀୟମାନେ ଏବେ ପାକିସ୍ତାନରେ ଲୁଚି ରହିଛନ୍ତି। ଏପରି ଅପରାଧୀଙ୍କୁ ଭାରତକୁ ହସ୍ତାନ୍ତର କରିବା ଲାଗି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପାକିସ୍ତାନକୁ ଆହ୍ବାନ ଦେଇଛନ୍ତି। ଫ୍ରାନ୍ସର ଏକ ଦୈନିକ ଖବରକାଗଜ ‘ଲେ ମୋଣ୍ଡେ’କୁ ସାକ୍ଷାତକାର ଦେବା ଅବସରରେ ଜୟଶଙ୍କର ଏପରି କହିଛନ୍ତି। ସେ କହିଛନ୍ତି ପାକିସ୍ତାନ ସହିତ ଭାରତର ସମ୍ପର୍କ ଏବେ ବି ତିକ୍ତ ରହିଛି; କାରଣ ପାକିସ୍ତାନ ଖୋଲାଖୋଲି ଭାବେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ତେଣୁ ଏପରି ପଡୋଶୀ ସହିତ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବା ସମ୍ଭବ ନୁହେଁ। ଆତଙ୍କବାଦ ବିରୋଧରେ ପାକିସ୍ତାନ ଯଦି ବାସ୍ତବ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥାଏ ତେବେ ଏହା ଭାରତ ବିରୋଧୀ ଅପରାଧୀଙ୍କୁ ହସ୍ତାନ୍ତର କରିବା ଦରକାର। ଅନ୍ୟଥା ପାକିସ୍ତାନର ଆତଙ୍କବାଦ ଦମନ କାର୍ଯ୍ୟ ଲୋକ ଦେଖାଣିଆ। ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ ଥିବା ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ସମେତ ଏହାର କେତେକ ସହଯୋଗୀ ପାକିସ୍ତାନର ସୁରକ୍ଷା ଘେରରେ ରହିଛନ୍ତି।

Comments are closed.