ଜୟୀରାଜଗୁରୁଙ୍କ ବଳିଦାନ ଦିବସ ପାଳିତ

ସୁଆଣ୍ଡୋ : ପୁରୀ ଜିଲା ବୀରହରେକୃଷ୍ଣ ପୁର ଗ୍ରାମରେ ସହିଦ ଜୟୀରାଜଗୁରୁଙ୍କ ବଳିଦାନ ଦିବସ ଶୁକ୍ରବାର ଅପରାହ୍ନରେ ପାଳନ କରାଯାଇଛି । ଏଥିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମହେଶ୍ଵର ମହାନ୍ତି, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ସମାଜର ମୁଖ୍ୟ ପରିଚାଳକ ମୁଦ୍ରାକର ନିରଞ୍ଜନ ରଥ, ଉମାବଲ୍ଲଭ ମହାପାତ୍ର, ପ୍ରତିମା ମିଶ୍ର, କବିତା ପରିଡା, ଜିଲା ସୂଚନା ଲୋକସଂପର୍କ ଅଧିକାରୀ ପ୍ରମୁଖ ସହିଦ ଜୟୀରାଜଗୁରୁଙ୍କ ବଳିଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସହିଦ ଜୟୀରାଜଗୁରୁ ସ୍ମୃତି ସଂସଦ ତରଫରୁ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନିୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ସାଧାରଣ ନାଗରିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅତିଥିମାନେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଶ୍ରଦ୍ଧାଞ୍ଜଳି ସଭାର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନର ସଭାପତି ସଂପାଦକ ସଦସ୍ୟମାନେ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.