ଆସନ୍ତା ସରକାର ଝୁଲା ହୋଇପାରେ: ଜୟନ୍ତ ସିହ୍ନା

0

ମୁମ୍ବଇ: ଆସନ୍ତା ସରକାର ଅସ୍ଥିର ହେବାର ଆଶଙ୍କା ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ସ୍ଥିର ସରକାର ଗଠନକୁ ବିଜେପି ପ୍ରସଙ୍ଗ କରୁଥିବାବେଳେ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ଜୟନ୍ତ ସିହ୍ନା ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ‘ଯାହା ଜଣାପଡ଼ୁଛି, ଆଗାମୀ ଲୋକସଭା ନିର୍ବାଚନ ଫଳାଫଳ ପୂର୍ବଭଳି ଦେଶକୁ ଏକ ବଳିଷ୍ଠ ଓ ସ୍ଥିର ସରକାର ଦେଇ ନ ପାରେ। ଚଳିତ ସରକାର ସମୟ​​‌ରେ ‌ଦେଶ ଅନେକ ବଦଳିଛି; କିନ୍ତୁ ଏ ସମ୍ପର୍କରେ ଆମେ ଲୋକଙ୍କୁ ଅବଗତ କରାଇବା ଦରକାର। ଆମେ କ’ଣ କରିଛୁ ତାହା ଲୋକେ ଜାଣିବା ଦରକାର। ସ୍ଥିର ଓ ବଳିଷ୍ଠ ସରକାର ଗଠନ ନ ହେବା ଦେଶ ପାଇଁ ହିତକର ନୁହେଁ।’ ସୂଚନାଯୋଗ୍ୟ ଯେ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିହ୍ନା ହେଉଛନ୍ତି ବିଦ୍ରୋହୀ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କ ପୁଅ।

Leave A Reply