ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ, ସେନାର ଯବାନ ସହିଦ

0

ଶ୍ରୀନଗର..- ପାକିସ୍ତାନ ସୀମାରେ ବାରମ୍ବାବର ଅସ୍ତ୍ରବିରତି ଉଲ୍ଲଘଂନ କରିବାରେ ଲାଗିଛି।  ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଘଂନ କରିବାରୁ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ୨୪ ବର୍ଷୀୟ ରାଇଫଲମ୍ୟାନ ୟଶ ପଲ୍‌ ସହିଦ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର ରାଜୋରୀ ଜିଲ୍ଲା ସୁନ୍ଦରବଣି ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଥିଲା ।

ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ସୀମାରେ ପାକିସ୍ତାନ ପକ୍ଷରୁ ୧୧୦ ଥର ଅସ୍ତ୍ର ବିରତି ଉଲ୍ଲଘଂନ କରାଗଲାଣି । ଗୁରୁବାରରେ ପାକିସ୍ତାନ ପକ୍ଷରୁ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଘଂନର ଭାରତୀୟ ସେନା ପକ୍ଷରୁ କଡା ଜବାବ ଦିଆଯାଉଥିବା ସୂଚନା ମିଳିଛି ।

Leave A Reply