ପାକିସ୍ତାନୀ ଯୁବତୀଙ୍କ ହନିଟ୍ରାପରେ ଭାରତୀୟ ଯବାନ

0

ନୂଆଦିଲ୍ଲୀ . – ପୁଣି ଜଣେ ଭାରତୀୟ ଯବାନ ପାକିସ୍ତାନୀ ଯୁବତୀଙ୍କର ହନିଟ୍ରାପ(ମଧୁ ଛନ୍ଦ)ରେ ପଡିଛନ୍ତି ।  ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇଏସ୍‌ ପାଇଁ ଏହି ଯୁବତୀ ଜଣଙ୍କ କାମ କରୁଥିବା ଜଣା ପଡିଛି । ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ଫେସ୍‌ବୁକ୍‌ରେ ଏହି ଯବାନଙ୍କ ବନ୍ଧୁତା କରିଥିଲେ । ପରେ ଏହି ବନ୍ଧୁତା ଗଭୀର ହୋଇଥିଲା ।  ଅନିକା ଚୋପ୍ରା ନାମକ ମିଛ ନାମରେ ଏହି ଯୁବତୀ ଜଣଙ୍କ   ଏହି ଯବାନଙ୍କ ସହ ବନ୍ଧୁତା କରିଥିବା ଜଣା ପଡିଛି  ।

ସେ ସେନାର ବିଭିନ୍ନ  ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ ଏହି ଯବାନଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାପାଇଁ ଚାହିଁ ଥିଲେ । ସେନାର ଗୁପ୍ତଚର ସଂସ୍ଥା ଏ ବିଷୟରେ ଜାଣିବା ପରେ ସମ୍ପୃକ୍ତ ଯବାନଙ୍କୁ ଗିରଫ କରିବା ସହ କୋର୍ଟରେ ହାଜର କରିଛି। ତାଙ୍କୁ ଜାନୁଆରୀ ୧୮ ପର୍ଯ୍ୟନ୍ତ ରିମାଣ୍ଡରେ ନିଆଯାଇଛି । ମାତ୍ର ଯବାନ ଜଣଙ୍କ କୌଣସି ଉଚ୍ଚସ୍ତରୀୟ ସୂଚନା ମିଳି ନ ଥିବା କୁହାଯାଉଛି ।

Leave A Reply