ପାକିସ୍ତାନ ପାଇଁ ଗୁଇନ୍ଦାଗିରି  କରୁଥିବା ବିଏସ୍‌ଏଫ୍‌ ଯବାନ ଗିରଫ

0

ନୂଆଦିଲ୍ଲୀ .- ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ  ଉତ୍ତର ପ୍ରଦେଶର ଏସ୍‌ଟିଏସ୍‌ ଗିରଫ କରିଛି । ଏହି ଯବାନ ଜଣଙ୍କ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ପ୍ରରୋଚନାରେ ଗୁଇନ୍ଦାଗିରି କରୁଥିଲେ  ବୋଲି ଉତ୍ତର ପ୍ରଦେଶ ପୁଲିସ ଡିଜି ଓପି ସିଂ ସୂଚନା ଦେଇଛନ୍ତି ।

ଅଚ୍ୟୁତାନନ୍ଦ ମିଶ୍ର ବୋଲି ଏହି  ଯବାନ୍‌ ଜଣଙ୍କ ପାକିସ୍ତାନର ହନିଟ୍ରାପର ଶିକାର ହୋଇଥିବା ଜଣା ପଡିଛି। ପ୍ରଥମେ ଫେସ୍‌ବୁକ୍‌ରେ ତାଙ୍କର ପାକିସ୍ତାନର ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା । ପରେ ଯୁବତୀ ଜଣଙ୍କ ନିଜକୁ ଜଣେ ପ୍ରତିରକ୍ଷା ସାମ୍ବାଦିକା ବୋଲି ପରିଚୟ ଦେଇଥିଲେ। ସେ ଯବାନଙ୍କଠାରୁ ବିଭିନ୍ନ ସମୟରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ନେଇ ତଥ୍ୟ ମାଗୁଥିଲେ । ଏହି ଯବାନ ଜଣଙ୍କ ସମ୍ପୃକ୍ତ ଯୁବତୀଙ୍କର ପ୍ରରୋଚନାରେ ଅନେକ ତଥ୍ୟ ଦେଇଥିବା କଥା ଅଭିଯୋଗ ହୋଇଛି ।

Leave A Reply