ଜାମୁ କୋଳିର ୫ଟି ଚତ୍ମକାରୀ ଲାଭ

କଳା ଓ ମିଠା ମିଠା ଜାମୁ କୋଳି କାହାକୁ ବା ପସନ୍ଦ ନୁହେଁ । ପାଟିକୁ ଯେତିକି ସୁଆଦିଆ, ଶରୀର ଓ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । ବିଭିନ୍ନ ଦୁସାଧ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଜାମୁ କୋଳି ଖାଇବା ଦ୍ବାରା କେଉଁ କେଉଁ ରୋଗରୁ ରକ୍ଷା ମିଳେ ।

୧. ଜାମୁ କୋଳି ଓ ଆମ୍ବ ରସକୁ ସମାନ ମାତ୍ରାରେ ମିଶାଇ ପିଇବା ଦ୍ବାରା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ସହ ତ୍ବଚାର ରଙ୍ଗର ସଫା କରିବାରେ ସାହାଯ୍ୟ କରେ । ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଅତି ଉତ୍ତମ ।

୨. ଆଣ୍ଠୁ ଗଣ୍ଠି ରୋଗୀଙ୍କ ପାଇଁ ଜାମୁ କୋଳି ବହୁତ ଉପଯୋଗୀ । ଜାମୁ କୋଳି ରସକୁ ଫୁଟାଇ ଆଣ୍ଠୁ ଗଣ୍ଠିରେ ପ୍ରଲେପ କରିବା ଦ୍ବାରା ଆରାମ ମିଳିଥାଏ ।

୩. ତୁଣ୍ଡ ବା ପାଟିରେ ଫୋଟକା ହେଲେ, ଜାମୁ କୋଳି ରସ ଲଗାଇଲେ କିମ୍ବା ପିଇଲେ ବହୁତ ଶୀଘ୍ର ଲାଭ ମିଳିଥାଏ । ଜାମୁ କୋଳି ଗଛର ପତ୍ରକୁ ଛୋଇବା ବାହାର କରି ଦିଅନ୍ତୁ । ଏହା ଦ୍ବାରା ତୁଣ୍ଡ ଫୋଟକା ଭଲ ହୋଇଥାଏ ।

୪. ଜାମୁ କୋଳି ରସ, ମହୁ, ଅଁଳା ଏବଂ ଗୋଲାପ ଜଳକୁ ସମାନ ମାତ୍ରାରେ ଦୁଇ ମାସ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ସେବନ କରିବା ରକ୍ତହୀନତା ଏବଂ ଶରୀର ଦୁର୍ବଳତା ଦୂର ହୋଇଥାଏ । ଏହା ସହ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ।

୫. ଭୋକ ଲାଗୁ ନଥିଲେ ନିୟମିତ ଜାମୁକୋଳି ରସ ସେବନ କରନ୍ତୁ । କବ୍ଜ ଏବଂ ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଥାଏ ।

 

Comments are closed.