ଚନ୍ଦକା ଅଭିମୁଖେ ଯଶୋଦା

0

ଅନୁଗୋଳ : ଅନୁଗୋଳର ଶାତକୋଶିଆ ଅଭୟାରଣ୍ୟରେ ଆତଙ୍କ ସୃଷ୍ଟି କରିଥିବା ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଭୁବନେଶ୍ଵର ଚନ୍ଦକାରୁ ଗତ ୩ ତାରିଖରେ ଯଶୋଦାକୁ ପଠାଯାଇଥିଲା । ଯଶୋଦା ବାଘୁଣୀ ସୁନ୍ଦରୀକୁ ଧରିବାରେ ସାହାଯ୍ୟ କରିଥିବାରୁ ଶାତକୋଶିଆ ବାସୀ, ବନବିଭାଗ ଓ ଜିଲ୍ଲା ପ୍ରଶାସନ ଯଶୋଦାକୁ ବାହା ବାହା ଦେଇଥିଲେ । କିନ୍ତୁ ବାଘୁଣୀ ଧରିବାର ୨ ଦିନ ପରେ ପୁରୁଣା କୋର୍ଟ ମାଟିଆ ସାହି ଗ୍ରାମର ସୁଦୁରକୁ ଯଶୋଦା  କଚାଡି ମାରିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ତେବେ ଶନିବାର ଯଶୋଦା ଭୁବନେଶ୍ଵର ଚନ୍ଦକାକୁ ପଠାଇ ଦିଆଯାଇଛି ।

Leave A Reply