ଜାପାନ ଭୂକମ୍ପ : ମୃତ୍ୟୁ ସଂଖ୍ୟା ୩୭ରେ ପହଞ୍ଚିଲା

0

ଟୋକିଓ : ଜାପାନର ଉତ୍ତରାଞ୍ଚଳରେ ଥିବା ହେକାଇଡୁ ଦ୍ୱିପରେ ଗତ ସପ୍ତାହରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ୩୭ଜଣଙ୍କର ପ୍ରାଣହାନୀ ଘଟିଥିବା କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି। ହୁକାଇଡୋ ସରକାର କହିଛନ୍ତି ଯେ ଦୁଇଜଣ ନିଖୋଜ ଏବଂ ଜଣେ ଗୁରୁତର ଅଛନ୍ତି। ଆତସୁମା ସହରରେ ଘଟିଥିବା ଭୁସ୍ଖଳନରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଚେଷ୍ଟା ଚଳାଇଛନ୍ତି।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ହୁକାଇଡୋର ମୁଖ୍ୟ ସହର ସାପୋରୋର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗତ ଗୁରୁବାର ଦିନ ରିକ୍ଟର ସ୍କେଲରେ ୬.୭ ତୀବ୍ରତାର ଭୂକମ୍ପ ପ୍ରଭାବରେ ହୁକାଇଡୋରେ ବିଦ୍ୟୁତ୍‍ ଓ ଟ୍ରେନ୍‍ ସେବା ବାଧାପ୍ରାପ୍ତ ହୋଇଛି।ଭୂମିକମ୍ପ ପ୍ରଭାବରେ ଗଛ ଉପୁଡ଼ି ପଡ଼ିବା, ପାୱାର ଷ୍ଟେସନ୍‍ କ୍ଷତିଗ୍ରସ୍ତ ହେବା ଓ ଭୂସ୍ଖଳନ ଯୋଗୁଁ ପ୍ରାୟ ୫୦ ଲକ୍ଷ ଘରର ବିଦ୍ୟୁତ୍‍ ସରବରାହ ବିଚ୍ଛିନ୍ନ ହୋଇଯାଇଛି ବୋଲି ଜାପାନ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ୨୫,୦୦୦ ଆତ୍ମରକ୍ଷା ବାହିନୀଙ୍କୁ ମୁତୟନ କରାଯାଇଛି। ବିଦ୍ୟୁତ୍‍ ସେବା ସ୍ୱାଭାବିକ ହେବା ପାଇଁ ଆଉ ଦୁଇଦିନ ଲାଗିବ ବୋଲି ଜଣାପଡିଛି।

Leave A Reply