ନାଗରିକ ବିଲ୍ ବିରୋଧରେ ଜେଡିୟୁ

0

ପାଟନା : ବିବାଦୀୟ ନାଗରିକ (ସଂଶୋଧନ) ବିଧେୟକ ୨୦୧୬ ବିରୋଧରେ ଭୋଟ ଦେବା ନେଇ ବିଜେପିର ସହଯୋଗୀ ଦଳ ​‌ଜେଡିୟୁ ରବିବାର ଘୋଷଣା କରିଛି। ରବିବାର ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର କେସି ତ୍ୟାଗୀ ଏହା କହିଛନ୍ତି। ଜାନୁଆରୀ ୮ରେ ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇସାରିଥିବାବେଳେ ରାଜ୍ୟସଭାର ଅନୁମୋଦନ ଅପେକ୍ଷାରେ ରହିଛି। ଭାରତରେ ୬ବର୍ଷ ଧରି ବାସ କରିଆସୁଥିବା ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ଅଣ ମୁସଲମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବା ଲାଗି ଏହି ବିଧେୟକ ଆଗତ କରାଯାଇଛି। ପୂର୍ବରୁ ଏହି ସମୟ ସୀମା ୧୨ବର୍ଷ ରହିଥିଲା।

Leave A Reply