ଜାମ୍ମୁରେ ସଡକ ଦୁର୍ଘଟଣା: ୧୧ ମୃତ ୩ ଗୁରୁତର

0

ଜମ୍ମୁ .- ଜାମ୍ମୁର ରାମବନ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ୩ ଜଣ ଗୁରୁତର ହୋଇଛନ୍ତି ।  ରାମବନ ଜିଲ୍ଲାର ରାଜକୋଟରୁ ଚନ୍ଦ୍ରଗଡକୁ ଏକ ଚାରି ଚକିଆରେ ଏହି ଲୋକମାନେ ଯାତ୍ରା କରୁଥିଲେ । ମାତ୍ର ଏହାର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ୫୦୦ ଫୁଟ ଗଭୀର ନାଳରେ ଖସି ପଡିଥିଲା ।

ଏହି ଖବର ପାଇବା ପରେ ସ୍ଥାନୀୟଲୋକମାନେ ଉଦ୍ଧାର କାର୍ଯ୍ୟ କରିଥିଲେ । ପରେ ପୁଲିସ ଓ ଅଗ୍ନିଶମ ବାହିନୀର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

Leave A Reply