ଜମ୍ମୁରେ କାହା ପାଖରେ କେତେ ରହିଛି ଆସନ?

0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଜମ୍ମୁ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି। ୨୦୧୪ର ଶେଷାର୍ଦ୍ଧରେ ଜମ୍ମୁରେ ନିର୍ବାଚନ ହୋଇଥିଲା। ପିଡିପି ଦଳକୁ ୨୮ଟି ଆସନ ମିଳିଥିବାବେଳେ ବିଜେପିକୁ ମିଳିଥିଲା ୨୫ଟି ଆସନ। ଦୁଇ ଦଳ ମିଶି ଜମ୍ମୁରେ ସରକାର ଗଢିଥିଲେ। ମହବୁବା ମୁଫତି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଆସନ୍ତୁ ଜାଣିବା ବିଜେପି ସମର୍ଥନ ପ୍ରତ୍ୟାହାର କରିବା ପରେ ଅନ୍ୟାନ୍ୟ ରାଜନୈତିକ ଦଳଗୁଡ଼ିକ ପାଖରେ କେତେ ରହିଛି ଆସନ। ଜମ୍ମୁ କାଶ୍ମୀର ବିଧାନସଭାରେ ମୋଟ୍‍ ୮୯ଟି ଆସନ ରହିଛି। ଫଳରେ ସରକାର ଗଠନ ନିମନ୍ତେ ୪୪ଟି ଆସନର ଆବଶ୍ୟକତା ରହିଛି।
ପିଡିପି- ୨୮
ବିଜେପି- ୨୫
ନ୍ୟାସନାଲ କନଫାରେନ୍ସ- ୧୫
କଂଗ୍ରେସ – ୧୨
ଅନ୍ୟାନ୍ୟ – ୭
ଏଭଳି ପରିସ୍ଥିତିରେ ଅପରାହ୍ଣ ୪ଟାରେ ମହବୁବା ପିଡିପି ବୈଠକ ଡାକିଛନ୍ତି। ବିଜେପିର ସମର୍ଥନ ପ୍ରତ୍ୟାହାର ପରେ ଆଗାମୀ ରଣନୀତି ସମ୍ପର୍କରେ ପିଡିପି ବୈଠକରେ ନିଷ୍ପତ୍ତି ନେବ।
ଅପରପକ୍ଷରେ ପିଡିପି ସହ ମେଣ୍ଟ କରିବାର କୌଣସି ସମ୍ଭାବନାକୁ କଂଗ୍ରେସ ଖାରଜ କରି ଦେଇଛି। ବିଜେପି- ପିଡିପି ମେଣ୍ଟ ସମୟସୀମାରେ କାଶ୍ମୀରରେ ହିଂସା ବୃଦ୍ଧି ପାଇବା ସହ ସର୍ବାଧିକ ସେନା ପ୍ରାଣ ହରାଇଛନ୍ତି। ଏଭଳି ପରିସ୍ଥିତିରେ ପିଡିପି ବୈଠକରେ କ’ଣ ନିଷ୍ପତ୍ତି ହେଉଛି ଏହାକୁ ନେଇ ସମଗ୍ର ଦେଶବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି। ବିଜେପି ରାଜ୍ୟପାଳ ଶାସନ ଚାହୁଁଥିବାବେଳେ ପିଡିପି ଅପରାହ୍ଣ ୫ରେ ସାମ୍ବାଦିକ ସମ୍ମିଳନୀରେ ନିଜ ପକ୍ଷ ରଖିବ ବୋଲି ସୂଚନା ଦେଇଛି।

Leave A Reply