ପୁଲୱାମାରେ ଏନକାଉଣ୍ଟରରେ ୬ ମୃତ; ଆତଙ୍କବାଦୀ ଜହୁର ଠୋକରଙ୍କ ସମେତ ୩ ନିହତ

0

ଜାମ୍ମୁ: ଶନିବାର ସକାଳେ ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ୍ ହୋଇଛନ୍ତି। ଏଥିରେ ସ୍ଥାନୀୟ ଅଞ୍ଚଳର ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳର ଯୁବକମାନେ ସୁରକ୍ଷାମକର୍ମୀଙ୍କ ଉପରକୁ ଢେଲା ପଥର ମାଡ କରିଛନ୍ତି ।

ନିହତ ଆହତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଜହୁର ଠୋକର ପ୍ରଥମେ ସେନାରେ ଯୋଗ ଦେଇଥିଲେ ଓ ପରେ ୨୦୧୬ ମସିହାରେ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଗୁଳିବିନିମୟ ଜାରି ରହିଥିବା ଖବର ମିଳିଛି । ସୁରକ୍ଷାକର୍ମୀମାନେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ପାହାଡିଆ ଅଞ୍ଚଳରେ ଇଣ୍ଟରନେଟ୍ ସେବା ଏବଂ ବାରାମୁଲା-ବନିହାଲରେ ରେଳ ସେବା ବନ୍ଦ ରହିଛି ।

ସୂଚନାଯୋଗ୍ୟ, ଜାମ୍ମୁ-କାଶ୍ମୀରର ପୁଲବାମା ଅନ୍ତର୍ଗତ ଖରାପୁରାରେ ଥିବା ଏକ ସେଓ ବଗିଚାରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସୁରକ୍ଷାକର୍ମୀମାନେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇ ଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

 

Leave A Reply