ହାରିଲେ ମେହବୁବା ମୁଫ୍‍ତି, ଖାତା ଖୋଲିପାରିଲାନି ପିଡିପି

ଶ୍ରୀନଗର : ଲୋକସଭା ନିର୍ବାଚନରେ ଜାମ୍ମୁ କାଶ୍ମୀର ଅନନ୍ତନାଗରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ହାରି ଯାଇଛନ୍ତି। ଏପରିକି ତାଙ୍କ ନେତୃତ୍ୱାଧୀନ ପିଡିପି ଖାତା ଖୋଲି ପାରିନାହିଁ।
ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଲୋକସଭା ଆସନରୁ ପରାଜିତ ହେବା ପରେ ମେହବୁବା କହିଛନ୍ତି ଯେ ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ। ଆଜିର ଦିନ ହେଉଛି ବିଜେପି ଓ ତା ସହଯୋଗୀଙ୍କ। ଏବେ କଂଗ୍ରେସକୁ ଜଣେ ଅମିତ ଶାହା ଆବଶ୍ୟକ। ପିଡିପି ସ୍ଥିତି ଏତେ ଖରାପ ହେବ ବୋଲି ଆଶା କରିନଥିଲେ।
ପ୍ରକାଶ ଯେ ୨୦୧୪ ଲୋକସଭା ନିର୍ବାଚନରେ ଅନନ୍ତନାଗରୁ ମେହବୁବା ଓ ବାରାମୁଲା ଆସନରୁ ପିଡିପ ପ୍ରାର୍ଥୀ ମୁଜଫର ବେଗ ଜିତିଥିଲେ। ମାତ୍ର ଏହି ଲୋକସଭା ନିର୍ବାଚନରେ ପିଡିପି ତୃତୀୟ ସ୍ଥାନରେ ରହିଛି।

Comments are closed.