୨୪ ଘଣ୍ଟାରେ ୫ ଆତଙ୍କବାଦୀ ନିପାତ, ଜଣେ ଯବାନ ସହିଦ

0

ଶ୍ରୀନଗର : ଆତଙ୍କବାଦୀଙ୍କ ବିରୋଧରେ ଅଲଆଉଟ୍‍ (ସମୁଳେ ଧ୍ୱଂସ) ଅଭିଯାନ କ୍ରମେ ଭାରତୀୟ ସେନା ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ନିପାତ କରିଛି। ଉତ୍ତର କାଶ୍ମୀର କୁପୱାଡ଼ା ଜିଲାର ଟଙ୍ଗଧାର ସେକ୍ଟର ନିୟନ୍ତ୍ରଣ ରେଖା ନିକଟରେ ରବିବାର ରାତିରେ ଆତଙ୍କବାଦୀଙ୍କ ଏକ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଥିଲା। ସୁରକ୍ଷା କର୍ମୀଙ୍କ ସହ ଗୁଳି ବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ସେନା ସୋମବାର ଆଉ ୩ ଆତଙ୍କବାଦୀଙ୍କୁ ନିପାତ କରିଛି। ଫଳରେ ୨୪ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ସୁରକ୍ଷା ବାହିନୀ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।
ସୂଚନାଯୋଗ୍ୟ ଯେ ରବିବାର ରାତିରେ ଟଙ୍ଗଧାର ନିୟନ୍ତ୍ରଣ ରେଖା ନିକଟରେ ପାଟ୍ରୋଲିଂ କରୁଥିବା ଭାରତୀୟ ସେନା ଯବାନ ସେଠାରେ ସନ୍ଦିଗ୍ଧ ଗତିବିଧି ପରିଲକ୍ଷିତ କରିଥିଲେ। ଫଳରେ ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଗୁଳି ବର୍ଷା କରିଥିଲା। ସେପଟୁ ଆତଙ୍କବାଦୀମାନେ ମଧ୍ୟ ପ୍ରବଳ ଗୁଳି ବିନିମୟ କରିଥିଲେ। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ ଓ ୩ ଜଣ ଆତଙ୍କବାଦୀ ସେଠାରୁ ଫେରାର ହେବାରେ ସଫଳ ହୋଇଥିଲେ। ସେନା ତତ୍କାଳ ନିୟନ୍ତ୍ରଣ ରେଖା ଏବଂ ସୀମାରେ ଅନୁପ୍ରବେଶ ଉଦ୍ୟମ ନେଇ ସତର୍କସୂଚନା ଜାରି କରିଥିଲା। ଭାରତୀୟ ସୁରକ୍ଷା ବାହିନୀ ଟଙ୍ଗଧାର ସେକ୍ଟରରେ ପୃଥକ ପୃଥକ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛନ୍ତି।

Leave A Reply