ଜାମ୍ମୁ କାଶ୍ମୀର : ରମାଜନରେ ସେନା ଅଭିଯାନ ବନ୍ଦ ରହିବ

0

ନୂଆଦିଲ୍ଲୀ : ପବିତ୍ର ରମଜାନ ମାସରେ ଜାମ୍ମୁ କାଶ୍ମୀରରେ ସମସ୍ତ ଅଭିଯାନ ବନ୍ଦ ରଖିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସେନାକୁ ନିର୍ଦେଶ ଦେଇଛି। ଗୃହ ମନ୍ତ୍ରଣାଳୟ ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ଏନେଇ ଅବଗତ କରାଇଛି। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଯଦି ଏହି ସମୟ ମଧ୍ୟରେ ଆତଙ୍କବାଦୀ କୌଣସି ଆକ୍ରମଣ କରନ୍ତି, ତାର କଡ଼ା ଜବାବ ଦିଆଯିବ। ଉଲ୍ଲେଖ ଯେ ସୁରକ୍ଷା କର୍ମୀମାନେ କାଶ୍ମୀରର ସୋପିଆନା, ଅନନ୍ତନାଗ, ଦକ୍ଷିଣ କାଶ୍ମୀରରେ ଗତ ମାସରେ ୧୩ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‍ତି ରମଜାନ ମାସରେ ସେନାର ଅଭିଯାନ ଏବଂ ସେନାପାର ଗୁଳି ବିନିମୟକୁ ବନ୍ଦ ରଖିବା ପାଇଁ ଅନୁରୋଧ କରିଥିଲେ। ମୁଫ୍‍ତିଙ୍କ ଅନୁରୋଧକୁ ଗ୍ରହଣ କରି ଗୃହମନ୍ତ୍ରଣାଳୟ ରମଜାନରେ ସେନାକୁ ଅଭିଯାନ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛି। ମାତ୍ର କୌଣସି ପ୍ରକାର ଆକ୍ରମଣ ଘଟିଲେ ସେନା ନିକଟରେ କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ରହିଛି।

Leave A Reply