ପାହାଡ଼ ତଳକୁ ଖସିଲା ବସ: ଜମ୍ମୁ-କାଶ୍ମୀରରେ ୧୧ମୃତ

0

ନୂଆଦିଲ୍ଲୀ: ପାହାଡ଼ ତଳକୁ ଏକ ଯାତ୍ରୀବାହୀ ବସ ଖସିପଡ଼ିବାରୁ ୧୧ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲାରେ ଶନିବାର ସକାଳେ ଘଟିଥିବା ଦୁର୍ଘଟଣାରେ ଏକାଧିକ ବ୍ୟକ୍ତି ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଯାତ୍ରୀବାହୀ ବସଟି ମାଣ୍ଡି ଅଞ୍ଚଳର ପ୍ଲିରାଠାରେ ଭାରସାମ୍ୟ ହରାଇ ପାହାଡ଼ ଉପରୁ ତଳକୁ ଖସି ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ଯାତ୍ରୀବାହୀ ବସଟି ପୁଞ୍ଚରୁ ଲୋରାନକୁ ଯାଉଥିଲା। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ମାଣ୍ଡି ଉପଜିଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଉଦବେଗଜନକ ରହିଥିବା ଚିକିତ୍ସାରତ ଡାକ୍ତର ସୂଚନା ଦେଇଛନ୍ତି।

Leave A Reply