ଗୁଇନ୍ଦା ରିପୋର୍ଟ: ୩୫ କ ଧାରା ଉଚ୍ଛେଦ ହେଲେ ଜମ୍ମୁ-କଶ୍ମୀର ପୁଲିସ ବିଦ୍ରୋହ କରିବେ

0

ନୂଆଦିଲ୍ଲୀ: ସମ୍ବିଧାନରେ ଜମ୍ମୁ-କଶ୍ମୀର ପାଇଁ ଉଦ୍ଦିଷ୍ଟ ଧାରା ୩୫ କ ଉଚ୍ଛେଦ ହେଲେ ରାଜ୍ୟର ପୁଲିସ ବାହିନୀ ବିଦ୍ରୋହ କରିବେ ବୋଲି ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଛି। ଏହି ଧାରା ଅନୁଯାୟୀ ଜମ୍ମୁ-କଶ୍ମୀରର ସ୍ଥାୟୀ ବାସିନ୍ଦାଙ୍କ କୌଣସି ଜମିକୁ ବାହାର ରାଜ୍ୟର ବ୍ୟକ୍ତି କିମ୍ବା ସଂସ୍ଥା କିଣିପାରିବେ ନାହିଁ। ୧୯୫୪ରେ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦତ୍ତ ଏହି ସ୍ୱତନ୍ତ୍ର ସୁବିଧାର ସାମ୍ବିଧାନିକ ବୈଧତା ସମ୍ପର୍କିତ ଆଗତ ଏକ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ଆସନ୍ତା ସୋମବାର ଏ ସମ୍ପର୍କିତ ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ତେଣୁ ତା’ ପୂର୍ବରୁ ଗୁଇନ୍ଦା ସଂସ୍ଥା ଉପରୋକ୍ତ ସୂଚନା ଦେଇଛି।
ଗୁଇନ୍ଦା ସଂସ୍ଥାର କହିବା ଅନୁଯାୟୀ, ଜମ୍ମୁ-କଶ୍ମୀର ପୁଲିସ ବାହିନୀ ଦୀର୍ଘ ବର୍ଷ ଧରି ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ହିଂସାକୁ ମୁକାବିଲା କରି ଆସୁଛନ୍ତି। ୧୯୯୦ରୁ ଏ ପର୍ଯ୍ୟନ୍ତ ୧୬୦୦ ପୁଲିସ ଅଧିକାରୀ ଓ କର୍ମଚାରୀ ପ୍ରାଣବଳି ଦେଇଛନ୍ତି। ଯଦି ଧାରା ଉଚ୍ଛେଦ ହୁଏ ତେବେ ସେମାନେ ବିଦ୍ରୋହ କରିବେ। କେବଳ ସେତିକି ନୁହେଁ ରାଜ୍ୟରେ ହିଂସା ଓ ରକ୍ତପାତ ଦେଖାଦେବ।

Leave A Reply