ଜାମ୍ମୁ -କାଶ୍ମୀରରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ .- ଜାମ୍ମୁ-କାଶ୍ମୀରରେ ଆର୍ଥକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ବୁଧବାରରେ ଜାମ୍ମୁ-କାଶ୍ମୀର ସଂରକ୍ଷଣ(ଦ୍ୱିତୀୟ ସଂଶୋଧନ) ବିଧେୟକ ୨୦୧୯କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ  ଏବଂ ବିଭିନ୍ନ ଚାକିରି କ୍ଷେତ୍ରରେ ଏହି ସଂରକ୍ଷଣ ପ୍ରଦାନ କରାଯିବ । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଏହି ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ଆର୍ଥିର ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ବେଶ୍‌ ଲାଭ ଦାୟକ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଗତମାସରେ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ଥିବା ଲୋକଙ୍କୁ ସଂରକ୍ଷଣ ଦିଆଯାଇଥିଲା । ଏବେ ରାଜ୍ୟର ସମସ୍ତ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏହା ଲାଗୁ ହେବ ।

Comments are closed.