ଜାମିନରେ ମୁକୁଳିଲେ ସାଂସଦ ରାମଚନ୍ଦ୍ର ହାଁସଦା

0

କଟକ: ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ମୟୁରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା ମଙ୍ଗଳବାର ସର୍ତ୍ତମୂଳକ ଜାମିନରେ ମୁକୁଳିଛନ୍ତି। ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ମଞ୍ଜୁର ପ୍ରଦାନ କରିଛନ୍ତି। ଏନେଇ ତାଙ୍କ ଓକିଲ ଅଭିଜିତ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ନଭେମ୍ବର ୪ରେ ନବ ଦିଗନ୍ତ ଚିଟ୍ ଫଣ୍ଡ ଠକେଇ ଅଭିଯୋଗରେ ସାଂସଦ ରାମଚନ୍ଦ୍ର ହାଁସଦା ଗିରଫ ହୋଇଥିଲେ। ଦୀର୍ଘଦିନ ଧରି ସେ ଜେଲରେ ରହୁଥିବା ଯାଗୁଁ ସାଂସଦ ପଦ ହରାଇବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେଣୁ ଇତି ମଧ୍ୟରେ ସୁପ୍ରିମକୋର୍ଟ ତାଙ୍କୁ ଦୁଇ ଥର ଦିନକ ପାଇଁ ସର୍ତ୍ତମୂଳକ ଜାମିନ ଦେଇଥିଲେ।

Leave A Reply