ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ଜଲେଶପଟା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ତୁମୁଡିବନ୍ଧ : ରାତି ପାହିଲେ ଜନ୍ମାଷ୍ଟମୀ ପୂଜା। ୨୦୦୮ ମସିହାରେ ଜନ୍ମାଷ୍ଟମୀ ପୂଜା ଦିନ କେତେକ ଦୁର୍ବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା କରିଥିଲେ। ତେଣୁ ଏହି ଦିନ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଲେଶପଟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଜଲେଶପଟାସ୍ଥିତ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ବେଶ ଧୁମଧାମରେ ଜନ୍ମାଷ୍ଟମୀ। ପାଳନ ପାଇଁ ପ୍ରସ୍ତୁତି ଚାଲିଛି ।  ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ଦ୍ଵାରା ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ତେବାସୀମାନେ ଆମ୍ବ ତୋରଣ ମାଳାରେ ଫାଟକ ସଜାଇବା ସହ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ରେ ପଗଡ଼ି ଭିଡାଯିବା, ସ୍ୱାମୀଜୀ ବ୍ୟବହାର କରୁଥିବା ଆସବାବପତ୍ର ସାଜସଜ୍ଜା, ସ୍ୱାମୀଜୀଙ୍କ କଠଉ, ବଙ୍କୁଲିବାଡ଼ି ଇତ୍ୟାଦି ଧୁଆ ଧୋଇ କରି ରଖିଛନ୍ତି। ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ସକାଳ ୮ଟା ବେଳେ ଶାନ୍ତି କଳସ ଯାତ୍ରା ଜଳେଶ୍ବର ମନ୍ଦିର ଠାରୁ ହନୁମାନ ମନ୍ଦିର ପର୍ଯ୍ୟନ୍ତ କରାଯିବାର ବ୍ୟବସ୍ଥା କରାଯାଇଛି, ହୋମ ଯଜ୍ଞ, ସ୍ମୃତି ଚାରଣ, ସ୍ୱାମୀ ଜୀ ଙ୍କ ପ୍ରତିମୃତ୍ତି ରେ ପୁଷ୍ପ ମାଲ୍ୟା ପ୍ରଦାନ କରାଯିବା ସହ ଜନ୍ମାଷ୍ଟମୀ, ବିଶ୍ୱହିନ୍ଦୁ ପରିଷଦ ର ପ୍ରତିଷ୍ଠା ଦିବସ ଓ ଧର୍ମରକ୍ଷା ଦିବସ ଆଦି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ସ୍ୱାମୀ ମୁକ୍ତାନନ୍ଦ ପୁରୀ ମହାରାଜ କହିଛନ୍ତି। ଏହି କାର୍ଯ୍ୟକ୍ରମକୁ ଶ୍ରଦ୍ଧାଞ୍ଜଳି କମିଟି ପରିଚାଳନା କରିବ। ଏହି କାର୍ଯ୍ୟକ୍ରମରେ ସ୍ୱାମୀ ସଚିଦାନନ୍ଦ ସରସ୍ବତୀଜୀ, ବିଶ୍ୱହିନ୍ଦୁ ପରିଷଦ ର କେନ୍ଦ୍ରୀୟ ବସନ୍ତ ରଥ, ସ୍ୱଂୟ ସେବକ ସଙ୍ଘର ବରିଷ୍ଠ ସଦସ୍ୟ ସୁନୀଲ ପଦ ଗୋସ୍ୱାମୀ, ପବିତ୍ର ସ୍ୱାଇଁ, ପଶ୍ଚିମ ଓଡିଶା ସଙ୍ଘ ଚାଳକ ବିପିନ ବିହାରୀ ନନ୍ଦଙ୍କ ସହ ସ୍ୱାମୀ ଜୀଙ୍କ ବହୁ ଅନୁଗାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଆଶ୍ରମ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଶ୍ରମ କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ କଡା ନଜର ରଖାଯିବା ସହ ଗାଡି ମୋଟର ଯାଞ୍ଚ ମଧ୍ୟ କରାଯାଇଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଭଳି ଶାନ୍ତି ଶୃଙ୍ଖଳା ସହ ପାଳନ ସେନେଇ ଆମେ ପ୍ରସ୍ତୁତ ଥିବା କହିଛନ୍ତି ଥାନା ଅଧିକାରୀ ବାବା ଶଙ୍କର ସରାଫ। ତୁମୁଡିବନ୍ଧ ସ୍ଥିତ ରାମପୁର ଛକ, ଥାନା ଛକ ଠାରେ ଗାଡି ମୋଟର ଯାଞ୍ଚ କରାଯାଇଛି । ତୁମୁଡିବନ୍ଧ ଥାନା ଅଞ୍ଚଳରେ ୩ ପ୍ଲାଟୁନ ଫୋର୍ସ ଓ ୨ ଜଣ ଡିଏସପି ରହି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି।

Comments are closed.