ବିଷୁବ ସଂକ୍ରାନ୍ତି ପରଠାରୁ କରାଯାଇଥାଏ ଜଳଦାନ

0

ବିଷୁବ ସଂକ୍ରାନ୍ତି ପରଠାରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥାଏ ।  ଏହି ସମୟରେ ନଦୀ , ନାଳ, , ପୁଷ୍କରଣୀ, କୂପ , ନଳ କୂପ ଆଦି ଶୁଷ୍କ ଅବସ୍ଥାକୁ ଆସିଯାଇଥାଆନ୍ତି । ବିଭିନ୍ନ ସ୍ଥାନରେ ଜଳାଭାବ ଦେଖିବାକୁ ମିଳେ । ତେଣୁ ପଣା ସଂକ୍ରାନ୍ତି ପରଠାରୁ ବିଭିନ୍ନ ସ୍ଥାନରେ ଜଳଛତ୍ର  ଖୋଲାଯାଇଥାଏ । କୁହାଯାଏ ଜଳ ଦାନ ମହା ପୂଣ୍ୟ ।

କେବଳ ସେତିକି ନୁହେଁ ଭାରତୀୟ ପରମ୍ପରାରେ ତୁଳସୀ ବୃକ୍ଷରେ ପ୍ରତିଦିନ ଜଳଦାନ କରାଯାଇଥାଏ । ଏହା ସହ ବର, ଅଶ୍ୱତଥ ଗଛରେ ଜଳଦାନ କରାଯାଇଥାଏ ।

ଏହା ସହ ବିଭିନ୍ନ ସ୍ଥାନରେ ବୁଲା ଜୀବ ଜନ୍ତୁଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଥାଏ ।

Leave A Reply