ଜଳ ସଂରକ୍ଷଣ ଅଭ୍ୟାସ ହେବା ଉଚିତ – ଶେଖାୱତ

ପୁଣେ: କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି ବ୍ୟାପକ ସହରୀକରଣ ଓ ଭୂତଳ ଜଳ ଉତ୍ତୋଳନ ଯୋଗୁଁ ଦେଶରେ ଜଳାଭାବ ସୃଷ୍ଟି ହୋଇଛି। ପୁଣେସ୍ଥିତ ଜାତୀୟ ଜଳ ଏକାଡେମୀରେ କେନ୍ଦ୍ରୀୟ ଜଳ ଇଞ୍ଜିନିୟରିଂ ଗ୍ରୁପ୍‍-ଏ ସେବା ନବନିଯୁକ୍ତ ଅଧିକାରୀମାନଙ୍କର ୩୧ତମ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଦ୍‍ବୋଧନ ଦେବାବେଳେ ଶେଖାୱତ ଏହା କହିଛନ୍ତି।

ଜଳ ସଂଚୟ ଓ ଉପଯୁକ୍ତ ବ୍ୟବହାର ପାଇଁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ସୁଦ୍ଧା ଜଳ ଯୋଗାଇ ଦେବା ଏବେ ଆମ ପାଇଁ ବଡ ଆହ୍ୱାନ ପାଲଟିଛି। କେନ୍ଦ୍ରୀୟ ଜଳ କମିଶନ ଅଧ୍ୟକ୍ଷ ଏ.କେ. ସିହ୍ନା, ଜଳସମ୍ବଳ ବିଭାଗ ସଚିବ ତଥା ନଦୀ ବିକାଶ ଓ ଗଙ୍ଗା ପୁର୍ନଉଦ୍ଧାର ବିଭାଗ ସଚିବ ଇ.ପି.ସିଂହ, ଜାତୀୟ ଜଳ ଏକାଡେମୀ ନିର୍ଦ୍ଦେଶକ ଏସ୍‍.ଏନ୍‍.ପାଣ୍ଡେ ଏହି ଅବସରରେ ଉପସ୍ଥିତ ଥିଲେ। ଏହି ତାଲିମ କାର୍ଯ୍ୟକ୍ରମ ୨୪ ସପ୍ତାହ ପାଇଁ ଚାଲିବ।

Comments are closed.