ଶିଖ୍ ବେଶରେ ପଞ୍ଜାବରେ ଲୁଚି ରହିଛି ଜାକିର ମୂସା

0

ଚଣ୍ଡିଗଡ: ଜାମ୍ମୁ-କାଶ୍ମୀରର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଜାକିର ମୂସା ପଞ୍ଜାବରେ ଲୁଚି ରହିଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ପଞ୍ଜାବର ଫିରୋଜପୁର-ଭଟିଣ୍ଡାରେ ଜାକିର ମୂସା ଶିଖ୍ ବେଶରେ ଲୁଚି ରହିଥିବା ଜଣାପଡିଛି । ମୂସାର ଶିଖ୍ ବେଶର ଏକ ଫଟୋ ଆଇବି, ସିଆଇଡି ଏବଂ ସେନା ଗୁଇନ୍ଦା ବିଭାଗ ପକ୍ଷରୁ ଜାରି କରାଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ପଞ୍ଜାବରେ ଗୁଇନ୍ଦା ଓ ପୁଲିସ ବିଭାଗ ମିଳିତ ତଲାସୀ ଅଭିଯାନ ଆରମ୍ଭ ହୋଇଛି । ପଞ୍ଜାବ ସୁରକ୍ଷା ବାହିନକୁ ସଜାଗ ରହିବାକୁ ସତର୍କତା ଜାରି କରାଯାଇଛି ।

ପ୍ରକାଶ ଯୋଗ୍ୟ, ୨୦୧୬ ଜୁଲାଇ ୮ରେ ଆତଙ୍କବାଦୀ ସଙ୍ଗଠନ ଅଲ୍‌-କାଏଦାର ଜାମ୍ମୁ-କାଶ୍ମୀର ଶାଖାର ମୁଖ୍ୟ ବୁରହାନ ଓ୍ୱାନିର ମୃତ୍ୟୁ ପରେ ଜାକିର ମୂସା ତା’ର ସ୍ଥାନ ନେଇଥିଲା । କିଛି ମାସ ତଳେ ଭାରତୀୟ ସୁରକ୍ଷା ବାହୀନଙ୍କ ସହ ଗୁଳି ବିନିମୟରେ ଆତଙ୍କବାଦୀ ଜାକିର ମୂସା ନିହତ ହୋଇଥିବା ପ୍ରଚାର ହୋଇଥିଲା । ଏବେ ମୂସା ବଞ୍ଚିଥିବା ଓ ପଞ୍ଜାବରେ ଲୁଚିଥିବା ଖବର ମିଳିବା ପରେ ସୁରକ୍ଷା ବାହୀନଙ୍କ ଚିନ୍ତା ବଢିଯାଇଛି । ଫଳରେ କିଛି ଦିନ ପୂର୍ବରୁ ମୂସା ନିଜର ୭ ଜଣ ସହଯୋଗୀଙ୍କ ସହ ପଞ୍ଜାବରେ ପ୍ରବେଶ କରିଥିବା ଖବର ସତ୍ୟ ସାବ୍ୟସ୍ତ ହୋଇଛି । ପଞ୍ଜାବର ବିଭିନ୍ନ ସ୍ଥାନରେ ପୁଲିସ ଛାନଭିନ ଜାରି ରଖିଛି ।

Leave A Reply