ସମସ୍ତ ପଦକ ବାଜପେୟୀଙ୍କୁ ଉତ୍ସର୍ଗ ହେବ

0

ଜାକର୍ତ୍ତା : ୨୦୧୮ ଏସୀୟ କ୍ରୀଡ଼ାରେ ଭାରତ ଜିତିବାକୁ ଥିବା ସମସ୍ତ ପଦକ ପରଲୋକଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଉତ୍ସର୍ଗ ହେବ। ଏହା ଘୋଷଣା କରିଛନ୍ତି ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ଚିଫ୍‍ ଡି ମିଶନ୍‍ ବ୍ରିଜଭୂଷଣ ଶରଣ ସିଂହ। ଦେଶର ଅନ୍ୟତମ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ତଥା ମହାନ୍‍ ରାଷ୍ଟ୍ରନୀତିଜ୍ଞ ଅଟଳ ବିହାରୀ ବାଜପେୟୀଙ୍କର ଗୁରୁବାର ବିୟୋଗ ଘଟିଥିଲା। ତାଙ୍କୁ ସମ୍ମାନ ଜଣାଇ ଭାରତୀୟ କ୍ରୀଡ଼ାବିତ୍‍ ୧୮ଶ ଏସୀୟ କ୍ରୀଡ଼ାରେ ଜିତିବାକୁ ଥିବା ସମସ୍ତ ପଦକ ବାଜପେୟୀଙ୍କୁ ଉତ୍ସର୍ଗ କରିବେ ବୋଲି ବ୍ରିଜଭୂଷଣ କହିଛନ୍ତି। ଏହାସହ ଏସୀୟ କ୍ରୀଡ଼ାଗ୍ରାମରେ ଗୁରୁବାର ବାଜପେୟୀଙ୍କ ପାଇଁ ଏକ ଶୋଭସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତୀୟ କ୍ରୀଡ଼ାବିତ୍‍ ଓ ଅଫିସିଆଲ ଏହି ମହାନ୍‍ ନେତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ।

Leave A Reply