ଫନି କ୍ଷୟକ୍ଷତି ଆକଳନ ସମୟରେ ଆର.ଆଇ ଓ ସହଯୋଗୀ ଉପରେ ଆକ୍ରମଣ

ଯାଜପୁର : ଫନି ଜନିତ କ୍ଷୟକ୍ଷତି ଆକଳନ କରିବାକୁ ଯାଇ ମହିଳା ଆର.ଆଇ ଏବଂ କର୍ମଚାରୀ ଆକ୍ରମଣର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ଯାଜପୁର ଜିଲା ବିଂଝାରପୁର ତହସିଲ ଅନ୍ତର୍ଗତ ପ୍ରିତିପୁର ଗାଁକୁ ଫନି ଜନିତ କ୍ଷୟକ୍ଷତିର ଆକଳନ କରିବାକୁ ଯାଇଥିବା ରାଜସ୍ୱ ନିରିକ୍ଷକ ଓ ତାଙ୍କ କର୍ମଚାରୀ ଯାଇଥିବା ବେଳେ କେତେକ ଦୁର୍ବୃତ ମହିଳା ଆରଆଇଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାବ୍ୟତୀତ ଆରଆଇଙ୍କ ସହିତ ଯାଇଥିବା ଅନ୍ୟ କର୍ମଚାରୀଙ୍କୁ ଦୁବୃତ ଆକ୍ରମଣ କରିବା ସହ ଗଛରେ ବାନ୍ଧି ପକାଇଥିଲେ । ଏ ସଂପର୍କରେ ଆରଆଇ ସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କୁ ଭେଟି ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି । ସେପଟେ ଫନି କ୍ଷୟକ୍ଷତି ଆକଳନ ଓ ଅନ୍ୟାନ୍ୟ ସମୟରେ ସେମାନଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲାପାଳ ପ୍ରତିଶୃତି ଦେଇଛନ୍ତି।

Comments are closed.