ନଦୀରେ ବୁଡିଗଲେ କଲେଜ ଛାତ୍ର

ଯାଜପୁର : ଗାଧେଇବାକୁ ଯାଇ ନଦୀରେ ଜଣେ କଲେଜଛାତ୍ର ବୁଡିଯାଇଛନ୍ତି। ମୃତକ ଜଣକ ହେଲେ ଯାଜପୁର ଥାନା ଅଧିନସ୍ଥ କୋରକୋରା ଗ୍ରାମର ଅଭିମନ୍ୟୁ ମହାନ୍ତିଙ୍କ ପୁତ୍ର ଅଭିଜିତ ମହାନ୍ତି। ସୂଚନା ଅନୁସାରେ ଅଭିଜିତ ସାଙ୍ଗମାନଙ୍କ ସହ ବୈତରଣି ନଦୀର ନୂଆକୁଳ ଘାଟରେ ଗାଧୋଉଥିବା ବେଳେ ବୁଡ଼ିଯାଇଥିଲେ । ସୂଚନାପାଇ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ବହୁ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅଭିଜିତ ସ୍ଥାନୀୟ ଏନ.ସି. କଲେଜର ବାଣିଜ୍ୟ ବିଭାଗର ଅଧ୍ୟୟନ କରୁଥିଲେ। ତାଙ୍କ ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Comments are closed.