ମେଡିକାଲକୁ ଭାରପ୍ରାପ୍ତ ଜିଲାପାଳଙ୍କ ଅଚାନକ ପରିଦର୍ଶନ

ଯାଜପୁର : ଯାଜପୁର ଜିଲା ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଛନ୍ତି ଭାରପ୍ରାପ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି । ଜିଲାପାଳ ଏହି ପରିଦର୍ଶନ ସମୟରେ ଡାକ୍ତରମାନେ ସରକାରୀ ଔଷଧ ଲେଖୁଛନ୍ତି କି ନାହିଁ, ଡାକ୍ତରଖାନା ପରିସର ସଫା ସୁତୁରା ଅଛି କି ନାହିଁ ତଦାରଖ କରିଥିଲେ । ଏଥିସହିତ ଡାକ୍ତରଖାନାରେ ଯେତିକି କର୍ମଚାରୀ ଉପସ୍ଥିତ ରହିବା କଥା ଅଚାନକ ପରିଦର୍ଶନ ସମୟରେ ଅନେକ କର୍ମଚାରୀ ଅନୁପସ୍ଥିତ ରହିଥିଲେ । ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ଏବଂ ଅନୁପସ୍ଥିତ ଥିବା କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭାରପ୍ରାପ୍ତ ଜିଲାପାଳ ସୂଚନା ଦେଇଛନ୍ତି ।

Comments are closed.