ରାସ୍ତା କଡ଼ରେ ଗୋ ମାଂସ ପକାକୁ ନେଇ ଉତ୍ତେଜନା

ଯାଜପୁର : ଯାଜପୁର ଗାନ୍ଧିଛକ ନିକଟସ୍ଥିତ ବୈତରଣୀ ନଦୀ କୂଳ ରାସ୍ତା କଡ଼ରେ ବୁଧୁବାର ସକାଳେ ଗୋ ମାଂସ ପକାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି । ରୋଡ଼ କଡରେ ବସ୍ତାରେ ଭର୍ତ୍ତି ହୋଇଥିବା ଗୋ ମାଂସ ପଡିଥିବାର ଦେଖିବାକୁ ମିଳିଛି ।

ସହରରେ କଂସେଇ ଖାନା ଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହ ପ୍ରତିବାଦରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଉତ୍ତେଜନା ଖବର ପାଇ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଏସପି ଚରଣ ସିଂ ମିନା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଘଟଣା ନେଇ ଯାଜପୁର ଥାନାରେ ଅଭିଯୋଗ ହୋଇଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶୃତି ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ଏବଂ ଉତ୍ତେଜନା ଲାଗି ରହିଥିବାରୁ  ସେହିଯାଗାରେ ବ୍ୟାପକ ପୁଲିସ  ମୁତୟନ କରାଯାଇଛି।

Comments are closed.