ଗାଧୋଇବାକୁ ଯାଇ ବୈତରଣୀରେ ବୁଡ଼ି ୨ଯୁବକ ମୃତ

ଯାଜପୁର : ଯାଜପୁର ଜିଲା ବୈତରଣୀ ନଦୀର ରୁଢିଆ ଆନିକଟରେ ଗାଧୋଇବାକୁ ଯାଇ ବୁଡ଼ିଯାଇ ୨ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଯୁବକ ୨ଜଣ ଯାଜପୁର ଟାଉନ ଅଞ୍ଚଳର ଅନୱାର ହୁଦା ଓ ହରିପୁର ଅଞ୍ଚଳର ମୋଜାସମ। ସୂଚନା ମୁତାବକ, ରମଜାନ ଓଷା ଲାଗି ନମାଜ ପାଠ ସାରି ୫ଜଣ  ମୁସଲମାନ ଯୁବକ ଯାଜପୁର ରୁଢିଆ ନିକଟସ୍ଥ ଆନିକଟକୁ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଏହି ଦୁଇ ଜଣ ନଦୀ ଭିତରକୁ ଖସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.