ଆହାର କେନ୍ଦ୍ରରେ ଭୋଜନ କଲେ ଜିଲା ପ୍ରଶାସନର ଅଧିକାରୀ

ଯାଜପୁର : ଆହାର କେନ୍ଦ୍ରରେ ସମବାର ଜିଲା ପ୍ରଶାସନର ଅଧିକାରୀ ଭୋଜନ କରିଛନ୍ତି । ଯାଜପୁର ଉପ ଜିଲାପାଳ ନାରାୟଣ ଧଳ, ଆରକ୍ଷୀ ଅଧିକ୍ଷକ ଚରଣ ସିଂହ ମୀନା, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କ ସହ ପିଡି ଇନ୍ଦ୍ରମଣି ନାୟକ ଓ ବ୍ୟାସନଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ଓ ତହସିଲଦାର ନିରଞ୍ଜନ ବେହେରା ପ୍ରମୁଖ ଆହାର କେନ୍ଦ୍ରରେ ମଧ୍ୟାହ୍ନଭୋଜନ ଖାଇଥିଲେ |

ସୂଚନା ଅନୁଯାୟୀ, ବ୍ୟାସନଗର ପୌରପାଳିକାରେ ସୋମବାର ଜିଲା ପ୍ରଶାସନର ଜନ ଶୁଣାଣି କାର୍ଯ୍ୟକ୍ରମ ରହିଥିଳା। ସେଠାରୁ ଫେରୁଥିବା ସମୟରେ ଯାଜପୁର ଜିଲା ବ୍ୟାସନଗର ସହର ଗୋପବନ୍ଧୁ ଛକ ଠାରେ ଥିବା ଆହାର କେନ୍ଦ୍ରରେ ସମସ୍ତେ ମଧ୍ୟାହ୍ନଭୋଜନ କରିଥିଲେ | ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ବ୍ୟାସନଗର ସହରର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ| ଜନ ଶୁଣାଣି ଶିବିର ସାରି ଗୋପବନ୍ଧୁ ଛକରେ ଥିବା ଆହାର କେନ୍ଦ୍ରରେ ପହଞ୍ଚି ଖାଦ୍ୟ ପରଖିବା ସହିତ ଆହାର କେନ୍ଦ୍ରକୁ କେତେ ଖାଦ୍ୟ ଆସୁଛି, ଖାଦ୍ୟର ମାନ,  କେତେ ଲୋକ ଖାଉଛନ୍ତି ସେ ସମ୍ପର୍କରେ ଟିକିନିଖି ପଚାରି ବୁଝିବା ସହ ଦିଆଯାଉଥିବା ଟୋକନ ବ୍ୟବସ୍ଥା ସମ୍ପର୍କରେ ଯାଞ୍ଚ କରିଥିଲେ |

 

 

Comments are closed.