ଗଞ୍ଜେଇ ବୋଝେଇ କାର ଜବତ ; ୨ ଗିରଫ

ଯାଜପୁର : କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି ଯାଜପୁର ଅବକାରୀ ବିଭାଗ । ଏଥିରୁ ୩୧କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ସମ୍ପୃକ୍ତ ୨ଜଣକୁ ଅବକାରୀ ବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଅଞ୍ଚଳର ପ୍ରମୋଦ କୁମାର ଗୈାଡ ଏବଂ କଟକ ଗୋବିନ୍ଦପୁର ଅଞ୍ଚଳର ଶରତ ଚନ୍ଦ୍ର ବାରିକ।

କୈାଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଯାଜପୁର ଜିଲା ୧୬ନଂ ଜାତୀୟ ରାଜପଥର ବଡଚଣା ନିକଟରେ ଏହି ଚଢାଉ କରିଥିଲା । ଚଢାଉ ସମୟରେ ୩୧କେଜି ଗଂଜେଇ ଜବତ ସହ ୨ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ଜଣେ କାର ଡ୍ରାଇଭର ଥିବା ଯାଜପୁର ଅବକାରୀ ବିଭାଗ ଅଧିକ୍ଷକ ସୂଚନା ଦେଇଛନ୍ତି ।

Comments are closed.