ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ବିକ୍ଷୋଭ

ଯାଜପୁର : ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରିବାସହ ଧାରଣା ଦେଇଛନ୍ତି।  ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, କର୍ମୀଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା , ସହାୟିକା ମାନଙ୍କୁ ୯ ହଜାର ଟଙ୍କା ପ୍ରଦାନ, ସୁପରଭାଇଜର ପଦବୀକୁ ପଦୋନ୍ନତି ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦାବୀ କରି ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଛନ୍ତି । ଆସୋସିଏସନର ଶତାଧିକ ସଦସ୍ୟା କିଆନାଳି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳ ଅପିଂସ ନିକଟରେ ପହଞ୍ଚି ଥିଲେ । ବାରମ୍ବାର ଏଭଳି ଦାବୀ କରାଯାଇ ଆସୁଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଦାବୀ ପୁରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଅଲ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କରସ ଆସୋସିଏସନ ପକ୍ଷରୁ ଚେତାବନି ଦିଆଯାଇଛି ।

Comments are closed.