ପୁଲଓ୍ୱାମା ଆକ୍ରମଣ ପୂର୍ବରୁ ଦିଲ୍ଲୀରେ ଆକ୍ରମଣ କରିବା ପାଇଁ ଯୋଜନା କରିଥିଲା ଜୈଶ୍‌-ଏ-ମହମ୍ମଦ

0

ନୂଆଦିଲ୍ଲୀ ..- ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଜୈଶ –ଏ- ମହମ୍ମଦ ଦିଲ୍ଲୀରେ ଏକ ବଡ ଧରଣର ଆକ୍ରମଣ କରିବାପାଇଁ ଯୋଜନା କରିଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ଏକାଠି ହୋଇ ଜୈଶ –ଏ- ମହମ୍ମଦର ଆତଙ୍କବାଦୀମାନେ ଏହି ଯୋଜନା କରିଥିଲେ । ଏହି ଆକ୍ରମଣରେ ଜୈଶ –ଏ- ମହମ୍ମଦ, ଜାମ୍ମୁ-କାଶ୍ମୀରର ଯୁବକମାନଙ୍କୁ ସାମିଲ କରିବା ପାଇଁ ଚେଷ୍ଟା କରିଥିଲା । ଏଥିପାଇଁ ସେଠାକାର ଯୁବକମାନଙ୍କୁ ବାରମ୍ବାର ଯୋଗାଯୋଗ  କରିବା ସହ ସେମାନଙ୍କୁ ଉସୁକାଉଥିବା ଗୁଇନ୍ଦା ସୂଚନା ମିଳିଛି ।

ଏକ ଭିଡିଓରେ ଆତଙ୍କବାଦୀ ମୌଲାନା ମାସୁଦ କାଶ୍ମୀରର ଯୁବକମାନଙ୍କୁ ଉସକାଇବା ପରି ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ଜାନୁଆରୀ ୨୪ ତାରିଖରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ଓ ସେନାର ଗୁଇନ୍ଦା ସଂସ୍ଥା କେତକ ଆତଙ୍କବାଦୀ ସମର୍ଥକଙ୍କୁ ଗିରଫ କରିଥିଲା । ଦିଲ୍ଲୀରୁ ଜୈଶ –ଏ- ମହମ୍ମଦର ଆତଙ୍କବାଦୀ ଅବଦୁଲ ଲତିଫ ସହ କାଶ୍ମୀରରେ ଆତଙ୍କବାଦୀ  ହିଲାଲ ଅହମ୍ମଦକୁ ଗିରଫ କରାଯାଇଥିଲା ।

ଏହି ଅଡିଓରେ  ଆତଙ୍କବାଦୀ ମାସୁଦ୍‌ ଆଝାର ନିଜ ଭଣଜା ଉସମାନ କଥା କହୁଥିବା ଶୁଣିବାକୁ ମିଳୁଛି ।ଆତଙ୍କବାଦୀ ମାସୁଦ ଆଝାର ଏବେ ପାକିସ୍ତାନର ଶରଣରେ ଅଛି । ପାକିସ୍ତାନର ବିଭିନ୍ନ ମନ୍ତ୍ରୀ ମାସୁଦ ସହ ଗୋଟିଏ ମଞ୍ଚରେ ଦେଖବାକୁ ମିଳିଛନ୍ତି । ଏହାପରେ ବି  କେବେବି ସୁଧୁରୁ ନ ଥିବା ପାକିସ୍ତାନ ସମସ୍ତ ଆତଙ୍କବାଦୀ ଆକ୍ରମଣ ପାଇଁ କେବଳ ପ୍ରମାଣ ମାଗି ଚୁପ୍‌ ବସୁଛି । ଭାରତୀୟ ସେନା ବି ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛି । ବନ୍ଧୁକ ଧରିବାର ପରିଣାମ ମୃତ୍ୟୁ ବୋଲି ସେନା ଆତଙ୍କବାଦୀମାନଙ୍କୁ ଚେତାବନୀ  ଦେଇଛି ।

Leave A Reply