ପାଣିଭଣ୍ଡାର – ବଧିସାହି ଗୁଳିକାଣ୍ଡ ଘଟଣା: ଜେଲ୍‌ଗଲେ ୭ ଅଭିଯୁକ୍ତ

0

ଶରଣକୁଳ: ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଓ ବଧିସାହି ଗ୍ରାମ ମଧ୍ୟରେ ପାଣି ନିଷ୍କାସନ ନେଇ କେନାଲ ଖୋଳା ଘଟଣାରେ ଗୁଳିକାଣ୍ଡ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ୭ ଅଭିଯୁକ୍ତଙ୍କୁ ଶରଣକୁଳ ପୁଲିସ ଗିରଫକରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ କାରାଗାରକୁ ପଠାଇ ଦିଆଯାଇଛି। ଗିରଫ ବ୍ୟକ୍ତି ହେଲେ ବଧିସାହିର ବୃନ୍ଦାବନ ପ୍ରଧାନ, ପ୍ରଭାତ ପ୍ରଧାନ, ଅକ୍ରୁର ସ୍ୱାଇଁ, ମଦନ ମହାପାତ୍ର, ଉଲ୍ଲାସ ପାତ୍ର,ବଳଭଦ୍ର ସାହୁ ଓ ପ୍ରମୋଦ ସାହୁ। ମୃତ ରାମଚନ୍ଦ୍ର ପ୍ରଧାନଙ୍କ ଭାଇ ପ୍ରଦୀପ ପ୍ରଧାନଙ୍କ ଏତଲା କ୍ରମେ ପୁଲିସ ଚଢ଼ଉକରି ସୋମବାର ୭ ଜଣଙ୍କୁ ଗିରଫ କରିଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଧରାହେବେ ବୋଲି ଥାନା ଅଧିକାରୀ ମନୋଜ ଶତପଥୀ କହିଛନ୍ତି।

Leave A Reply