ମୁକ୍ତାକାଶ ଜେଲ୍‌ରୁ କଏଦୀ ଫେରାର

0

ତମାଣ୍ଡୋ/ଚନ୍ଦକା : ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରୁ ଜଣେ କଏଦୀ ୧୯ ତାରିଖ ସନ୍ଧ୍ୟାରୁ ଫେରାର ହୋଇଯାଇଛନ୍ତି। କାରାଶ୍ରମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ଯେ ମୁନ୍‍ସୀ ଭୋଏ ୨୦୦୭ ମସିହାରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସମ୍ବଲପୁର ସର୍କଲ ଜେଲରେ ରହୁଥିଲେ। ତାଙ୍କ ସ୍ୱଭାବରେ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରି ତାଙ୍କୁ ଜାମୁଝରି ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମକୁ ୨୦୧୮ ମେ ୧ ତାରିଖରେ
ଅଣାଯାଇଥିଲା। ଚଳିତ ମାସ ୧୯ ତାରିଖରେ ସନ୍ଧ୍ୟାବେଳେ ରୋଲକଲ ସମୟରେ ମୁନ୍‍ସୀ ଅନୁପସ୍ଥିତ ଥିବା ଜଣାପଡିଥିଲା। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ମୁନ୍‍ସୀ ନ ମିଳିବାରୁ ମେଣ୍ଢାଶାଳ ଫାଣ୍ଡିକୁ ସୂଚନା ଦିଆଯାଇଥିଲା। ପରଦିନ ଅର୍ଥାତ୍‍ ୨୦ ତାରିଖରେ ଏ ନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ଏଠାରୁ ସୁବର୍ଣ୍ଣପୁର ଜିଲାର ଭଗବାନ ଖମାରୀ, କେନ୍ଦୁଝର ତେଲକୋଇର ମୋହନ କିଷାନ ଫେରାର ହୋଇଯାଇଥିଲା ବେଳେ ଆଜିଯାଏ ସେମାନଙ୍କୁ ଠାବ କରାଯାଇପାରିନାହିଁ।

Leave A Reply