ହତ୍ୟାକରୀକୁ ଆଜୀବନ ଜେଲ

0

ଭବାନୀପାଟଣା: ହତ୍ୟା ଅଭିଯୋଗେର ଜଣଙ୍କୁ ଆଜୀବନ ଜେଲ କରାଦଣ୍ଡ ଶୁଣାଇଛନ୍ତି ଦୌରାଜଜ । ଏହା ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ, ୨୦୧୪ ମସିହା ନଭେମ୍ବର ୧୮ ତାରିଖ ରାତ୍ର ୮ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ଥାନା ଅଧିନର ପୁରୁଣାପଦର ଗ୍ରାମର ଲାଇବନ ବାଗ ଓରଫ ହରିଜନ (୪୦) କୁ ସେହି ଗ୍ରାମର ଜୟ ସିଂ ମାଝୀ (୪୫) ଏକ ଟାଙ୍ଗିଆ ରେ ନିର୍ମ୍ମମ ଭାବେ ହତ୍ୟା କରିଥିଲା । ଉକ୍ତ ମାମଲାର ବିଚାର କରି କଳାହାଣ୍ଡି ଜିଲ୍ଲା ଓ ଦୌରାଜଜ ବିକ୍ରମ କେଶରୀ ପଟ୍ଟନାୟକ ଜୟସିଂ ମାଝୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ  ଓ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି ।

Leave A Reply