ଜାଗୁଆରର ନୂଆ ମଡେଲ ଏଫ୍‍ ପେସ୍‍ର ବୁକିଂ ଆରମ୍ଭ

0

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଜାଗୁଆର ନିଜର ନୂଆ ମଡେଲ କାର ଏଫ୍‍ ପେସ୍‍ର ବୁକିଂ ଆରମ୍ଭ ହୋଇଛି। ଏହା କେବଳ ବୋରିଏଣ୍ଟ ପ୍ରେଷ୍ଟିଜ୍ ର ହିଁ ଉପଲବ୍ଧ ରହିଛି। ଏହାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଦୁଇ ଇଞ୍ଜିନର କାର ବଜାରରେ ରହିଛି। ପେଟ୍ରୋଲ ଇଞ୍ଜିନ କାରର ମୂଲ୍ୟ ୬୩.୧୭ ଲକ୍ଷ ଟଙ୍କା ଏବଂ ଡିଜେଲ କାରର ମୂଲ୍ୟ ୬୩.୫୭ ଲକ୍ଷ ଟଙ୍କା ରହିଛି। ଏହି କାର ବିଏମଡବ୍ଲ୍ୟୁ ଏକ୍ସ-୩, ଆଣ୍ଟି କ୍ୟୁ୫, ରେଞ୍ଜ ରୋବର ଇବୋକ, ଭଲଭୋ ଏକ୍ସସି୬୦, ଲେକ୍ସ ୩୦୦ ଏଚ୍‍ ଆଦି କାର ସହ ବଜାରରେ ମୁକାବିଲା କରିବ।
ଜାଗୁଆର ନୂଆ ମଡେଲ ଏଫ୍‍ ପେସ ୮ସ୍ପିଡ ଅଟୋମେଟିକ ଗିୟରବକ୍ସ ରହିଛି। ବୁକିଂ କରିବା ସମୟରେ ଏହାର ସମସ୍ତ ଅତ୍ୟାଧୁନିକ ସୁବିଧାର ତାଲିକା ଉପଲବ୍ଧ ରହିଛି। ଏଥିରେ ପାର୍କ ଆସିଷ୍ଟ, ଡ୍ରାଇଭର ବ୍ୟବସ୍ଥାର ତଦାରଖ ଏବଂ ୩୬୦ ଡିଗ୍ରି ପାର୍କିଂ ସେନସର ଆଦି ସୁବିଧା ରହିଛି। ଅପଡେଟ୍‍ ଏଫ୍‍ ପେସରେ ଛଅଟି ଏୟାରବକ୍ସ, ଅଁଲ ସରଫେଓ ପ୍ରୋଗେସ କଣ୍ଟ୍ରୋଲ, ହିଲ ଲଞ୍ଚ ଆସିଷ୍ଟ, ଡ୍ୟାନାମିକ ଷ୍ଟେବିଲିଟି, ଅଟୋଟିପ ଏଲଇଡି ହେଡଲାଇଟ୍‍, ପୋନାରୋମିକ ସନରୁଫ୍‍, ପାର୍କିଂ କ୍ୟାମେରା, ଏକ୍ଟିଭ କି, ୪-ଜୋନ କ୍ଲାଇମେଟ କଣ୍ଟ୍ରୋଲ ଆଦି ସୁବିଧା ରହିଛି।

Leave A Reply