ଶୀତଦିନେ ଗୁଡ ଖାଇବା ସ୍ବାସ୍ଥ୍ୟ ପକ୍ଷେ ହିତକାରକ

0

ଆୟୁର୍ବେଦରେ ଗୁଡର ଔଷଧୀୟ ଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି। ଗୁଡ ଶରୀରରେ ରକ୍ତର ଅଭାବକୁ ପୂରଣ କରିଥାଏ। ଏହା ଶରୀରରେ ଆଣ୍ଟିବାୟୋଟିକ ପରି କାର୍ଯ୍ୟ କରିଥାଏ। ଶୀତଦିନରେ ଗୁଡ ଖାଇବା ଦ୍ବାରା ଶରୀରରେ ଅନେକ ଲାଭ ହୋଇଥାଏ। ଏହା ସମସ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ଅଟେ।

ଗୁଡ ଖାଇବାର ଲାଭ :

ଗୁଡରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ଏହା ଗଳା ସଂକ୍ରମଣରୁ ରକ୍ଷା କରିଥାଏ। ଏହା ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ।

ଯେଉଁମାନଙ୍କର ଏଲର୍ଜି କାରଣରୁ ନାକ ବାରମ୍ବାର କୁଣ୍ଡାଇ ହୋଇଥାଏ ସେମାନେ ସକାଳେ ଖାଲି ପେଟରେ ଅଅଁଳା ରସ ସହ ଗୁଡ ଖାଆନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଏଲର୍ଜିରୁ ମୁକ୍ତି ମିଳିଥାଏ।ଶୀତଦିନେ ସମସ୍ତଙ୍କର ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ଦୂରେଇ ରହିବା ପାଇଁ ଗୁଡର ଚା ପିଇବା ଲାଭଦାୟକ ହୋଇଥାଏ। ଥଣ୍ଡା ଦିନେ ଗୁଡ, ଅଦା ଓ ତୁଳସୀ ପତ୍ରର କାଢା ପିଅନ୍ତୁ। ଏହା ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।

ଗୁଡ ଓ ରାଶିରେ ପ୍ରସ୍ତୁତ ଲଡୁ ଶୀତଦିନେ ଖାଇବା ଦ୍ବାରା ଥଣ୍ଡା ଓ କାଶରୁ ଉପଶମ ମିଳିଥାଏ।

 

Leave A Reply