ଯୁବକଙ୍କୁ ଗୁଳିମାରି ହତ୍ୟା ଉଦ୍ୟମ କରିଥିବା ୪ଜଣ ଦୁର୍ବୃତ୍ତ ଗିରଫ

0

ଜଗତସିଂହପୁର : ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧିନ କଟରା ଠାରେ ୯ତାରିଖ ସନ୍ଧ୍ୟାରେ କଢାଙ୍ଗ ଗ୍ରାମର ବିଶ୍ୱଜିତ ବେଉରାଙ୍କୁ ୯ ରୁ୧୦ଜଣ ଯୁବକ ପ୍ରବଳ ବାଡେଇବା ସହ ୨ଗୋଡକୁ ଗୁଳି କରିଥିବା ଅଭିଯୋଗ ହୋଇଥିଲା । ବିଶ୍ୱଜିତଙ୍କ ମାଆ ସୌଦାମିନୀଙ୍କ ଅଭିଯୋଗ ଅନୁସାରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ବାଲିକୁଦାର ରାଜେଶ ମଲ୍ଲିକ, କାଦୁଅପଡାର ସନ୍ତୋଷ ଗୁରୁ, ନନ୍ଦନର ପ୍ରଦୀପ କୁମାର ସ୍ୱାଇଁ ଓ ତେରମାଣପୁରର ସୂର୍ୟ୍ୟକାନ୍ତ ବରାଳଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ଏକ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ କରିଛି ।

Leave A Reply