ପ୍ରଜାପିତା ବ୍ରହ୍ମାକୁମାରୀ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଜଗତପୁର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ,ଜଗତପୁର ଆନୁକୂଲ୍ୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଜଗତପୁର, ଡେଲଟା, ଲକ୍ଷ୍ମଣପୁର, ନାନକାର, ତରୋଳ, ଖଇରା, ଚମ୍ପତି, ନୂଆସାହି ଓ ପଳାସ ଆଦି ଗ୍ରାମରୁ ଶତାଧିକ ଭାଇଭଉଣୀ ଏହି ସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଦୟାନିଧି ନାୟକ, ବ୍ରହ୍ମାକୁମାରୀ ଗୀତାଞ୍ଜଳି, ଦିଲ୍ଲିପ ସ୍ୱାଇଁ, ଜିତେନ୍ଦ୍ର ନାଥ, ଗୟାଧର ପଣ୍ଡା, ବିଜୟ ରାଉତ, ଅମୂଲ୍ୟ ଦାସ, ଜୟକୃଷ୍ଣ ସାହୁ, ପଞ୍ଚାନନ ଓଝା, ଡା. ଯୋଗେଶ ଚୌଧୁରୀ, ଭାଗ୍ୟଧର ସ୍ୱାଇଁ, କାଜଲ ହାଲଦାର, ଭୀମସେନ ପଟେଲ, ଅନିଲ ବଳ ଓ ନିରଞ୍ଜନ ମୁଦୁଲି ପ୍ରମୁଖ ଗୋଲେଇଛକ ଓ ବିଭିନ୍ନ ସାହିବସ୍ତିରେ ସଫେଇ କରିଥିଲେ।

Comments are closed.