ଜଗମୋହନ ମରାମତି ମାମଲା : ଷ୍ଟାଟସ ରିପୋର୍ଟ ଦାଖଲ କଲେ କୋର୍ଟ ମିତ୍ର

କଟକ : ଜଗମୋହନ ମରାମତି ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଝାଭେରୀ ଓ ଜଷ୍ଟିସ କେ.ଆର୍.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠ ଶୁଣାଣି କରିଥିବାବେଳେ କୋର୍ଟ ମିତ୍ର ଇଂଜିନିୟର ଏନ୍.କେ.ମହାନ୍ତିଙ୍କ ପକ୍ଷରୁ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଥିଲା।
ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୯, ଜୁନ ୨୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ଏଏସଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜଗମୋହନ ଦୁର୍ବଳ ଅବସ୍ଥାକୁ ନେଇ ଅଭିଶେଷ ଦାସ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ତୁରନ୍ତ ମରାମତି ପାଇଁ ଅାବେଦନକାରୀ ପ୍ରାର୍ଥନା କରିଥିଲେ। ଏହି ମାମଲାରେ ଏଏସଆଇ , ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ ଜିଲାପାଳ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

Comments are closed.