ଖୋଲିଲା ଶ୍ରୀମନ୍ଦିର ଜଗମୋହନ

0

କଟକ/ପୁରୀ : ହାଇକୋଟଙ୍କ ନିର୍ଦେଶ କ୍ରମେ ଦୀର୍ଘ ଦୁଇ ବର୍ଷ ପରେ ଶ୍ରୀମନ୍ଦିର ଜଗମୋହନ ଭକ୍ତଙ୍କ ନିମନ୍ତେ ଖୋଲାଯାଇଛି । ଏବେ ଭିତର କାଠରୁ ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ହାଇକୋର୍ଟଙ୍କ ୩ ଜଣିଆ ଦଳ ଓ ଜିଲାପାଳଙ୍କ ଉପସ୍ଥିତିରେ ଅପରାହ୍ନ ୫ଟା ୧୦ରେ ଜଗମୋହନ ଖୋଲାଯାଇଥିଲା । ୨୦୧୬ ଜାନୁଆରୀ ୨୮ରେ ଶ୍ରୀମନ୍ଦିରର ଜଗମୋହନକୁ ବନ୍ଦ କରିଦିଆଯାଇଥିଲା । ଦୀର୍ଘ ୨ ବର୍ଷ ୨ ମାସ ପରେ ଜଗମୋହନ ଖୋଲାଯାଇଛି ।

Leave A Reply